ବନ୍ଦ ବୋତଲରୁ ମିଳିଲା ୮୨ ବର୍ଷ ତଳର ଚିଠି

ପ୍ୟାରିସ୍‌, ୨୪।୨: ଫ୍ରାନ୍ସ୍‌ର ଜର୍ସି ନିକଟରେ ଥିବା ଇଂଲିଶ୍‌ ଚ୍ୟାନେଲର ସମୁଦ୍ର କୂଳରୁ ୮୨ ବର୍ଷ ତଳେ ଲେଖାଯାଇଥିବା ଏକ ଚିଠି ବନ୍ଦ ବୋତଲରୁ ମିଳିଛି। ଏହା ସ୍ଥାନୀୟ ଚ୍ୟାନେଲ ଦ୍ୱୀପ ଉପକୂଳର ବେଲ୍‌ ରୟାଲରେ ପଡ଼ିଥିଲା। ବୋତଲଟି ବାଲିରେ ପୋତି ହୋଇ ରହିଥିଲା। ୫୫ ବର୍ଷ ବୟସ୍କ ନିଜେଲ୍‌ ହିଲ୍‌ ଏଠାରେ ବୁଲୁଥିବା ସମୟରେ ଏହାକୁ ପାଇଛନ୍ତି। ଚିଠିଟି ଜନ ଷ୍ଟାପେଲଫୋର୍ଡଙ୍କ ଦ୍ୱାରା ୧୯୩୮ ସେପ୍ଟେମ୍ବର ୫ରେ ଲେଖାଯାଇଥିଲା। ସେ ଏହାକୁ ବାରନେଟ୍‌ ହେର୍ଟଫୋର୍ଡଶାୟରେଠାରେ ସମୁଦ୍ରକୁ ଫିଙ୍ଗାଯାଇଥିଲା। ଏହି ଅଞ୍ଚଳ ବେଲ୍‌ ରୟାଲଠାରୁ ୨୪୫ ମାଇଲ୍‌ ଦୂରରେ ଥିବା ଜଣାପଡ଼ିଛି। ଏହାକୁ ପାଇଥିବା ବ୍ୟକ୍ତି ଏହାର ଫଟୋ ସହିତ ଲିଖିତ ଠିକଣାରେ ଯୋଗାଯୋଗ କରିବାକୁ ଚିଠିରେ ଲେଖା ଯାଇଛି। ଚିଠିରେ ଯୋଗାଯୋଗ ଠିକଣାରେ ୧୮,ଫିଜ୍‌ଜନ୍‌ ଆଭେନ୍ୟୁ ଦର୍ଶାଯାଇଛି। ନିଜେଲ୍‌ ଏହାର ଫଟୋ ଫେସ୍‌ବୁକ୍‌ରେ ଶେୟାର କରିଛନ୍ତି।

Share