ବନ୍ଦ ରହିବ ଠିପି ଖୋଲା ମଦ ଦୋକାନ

ଭୁବନେଶ୍ୱର,୨୧ା୩ (ବ୍ୟୁରୋ): ରାଜ୍ୟ ସରକାର କରୋନା ସଂକ୍ରମଣ ରୋକିବା ଲାଗି ସମସ୍ତ ଠିପି ଖୋଲା ମଦ ଦୋକାନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଏନେଇ ସବୁ ଜିଲାର ଜିଲାପାଳଙ୍କୁ ଅବକାରୀ ବିଭାଗ ସଚିବ ଚିଠି ଲେଖି ଜଣାଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶକୁ ପାଳନ କରିବାକୁ କୁହାଯାଇଛି। କେବଳ ଠିପି ବନ୍ଦ ମଦ ଦୋକାନ ଖୋଲା ରହିବ। ଲୋକମାନେ ସେଠାରୁ ମଦ କିଣି ଘରେ ପିଇପାରିବେ। ହେଲେ ମଦ ଆଣିବା ପାଇଁ ଦୋକାନକୁ ଗଲେ ଗ୍ରାହକମାନେ ପରସ୍ପର ମଧ୍ୟରେ ଏକ ମିଟର ଦୂରତା ରଖିବାକୁ ସରକାର ପରାମର୍ଶ ଦେଇଛନ୍ତି।

Share