Categories: ବାଣିଜ୍ୟ

ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୨୭-୬: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ବନ୍ଦ ହେବ ନାହିଁ। ଏହି କମ୍ପାନୀଗୁଡିକର ପୁନରୁଦ୍ଧାର ଲାଗି ବିସ୍ତୃତ ଯୋଜନା ବର୍ତ୍ତମାନ ପ୍ରସ୍ତୁତ ହେଉଛି। ବୁଧବାର ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ ଏହି ସୂଚନା ଦେଇଛନ୍ତି। ଦୁଇ କମ୍ପାନୀର ପୁନରୁଦ୍ଧାର ଯୋଜନା ପ୍ରସ୍ତୁତି ଲାଗି ଆଇଆଇଏମ୍‌ ଅହମ୍ମଦାବାଦ ଏବଂ ଡିଲଏଟକୁ ନିଯୁକ୍ତ କରାଯାଇଥିବା ପ୍ରସାଦ କହିଛନ୍ତି। ଟେଲିକମ୍‌ ଶିଳ୍ପରେ ଟାରିଫ ଓ୍ବାର ଯୋଗୁ ଏହି କମ୍ପାନୀଗୁଡିକ ବର୍ତ୍ତମାନ ପ୍ରଭାବିତ ସ୍ଥିତିରେ ରହିଛନ୍ତି। ଆର୍ଥତ୍କ ଆବଶ୍ୟକତା ପୂରଣ କରିବା ଲାଗି ଏମାନେ ଟେଲିକମ୍‌ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି। ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡିକରେ ଟେଲିକମ୍‌ ନେଟଓ୍ବର୍କ ପାଇଁ ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ବ୍ୟବହାର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପରେ ଟେଲିକମ୍‌ ସେବାର ଉନ୍ନତୀକରଣ ପାଇଁ ଏହି ନେଟଓ୍ବର୍କ ବ୍ୟବହାର କରାଯାଉଥିବା ସେ ସୂଚନା ଦେଇଛନ୍ତି। କର୍ମଚାରୀଙ୍କ କୌଣସି ବେତନ ବାକି ନ ଥିବା କହିଛନ୍ତି।

Share