ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଟେଲି ଧାରାବାହିକର ପ୍ରସାରଣ

ମୁମ୍ବାଇ: ବନ୍ଦ ହେବାକୁ ଯାଉଛି ପାଞ୍ଚଟି ଲୋକପ୍ରିୟ ଟେଲି ଧାରାବାହିକ। କିଛି ଧାରାବାହିକ ଟିଆର୍‌ପି ଭଲ ରହୁ ନ ଥିବାରୁ ବନ୍ଦ ହେବାକୁ ଯାଉଥିବା ବେଳେ କିଛି କାହାଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଲର୍ସରେ ପ୍ରସାରିତ ଏକତା କପୁରଙ୍କ ଶୋ’ ‘ନାଗିନ-୩’, ଜିଟିଭିର ଶୋ’ ‘ଆପକେ ଆ ଜାନେ ସେ’, ଷ୍ଟାର ପ୍ଲସରେ ପ୍ରସାରିତ ‘କୃଷ୍ଣା ଚଲି ଲଣ୍ଡନ’, ଆଣ୍ଡ ଟିଭିରେ ପ୍ରସାରିତ ‘ବିକ୍ରମ ବେତାଳ କି ରହସ୍ୟ ଗାଥା’ ଏବଂ ‘ଶାଦି କେ ସିଆପେ’ ଆଗାମୀ ଦିନରେ ବନ୍ଦ ହେବ।
‘ନାଗିନ-୩’ର କାହାଣୀ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଯୋଗୁ ମେ’୨୬ରେ ବନ୍ଦ ହେବ। ଏହା ସ୍ଥାନରେ ‘କବଚ-୨’ ପ୍ରସାରିତ ହେବ। ସେହିଭଳି ପ୍ରସାରଣର ୪ ବର୍ଷ ପରେ ସାହିଲ-ବେଦିକା ଯୋଡ଼ି ଯୋଗୁ ଲୋକପ୍ରିୟ ହୋଇଥିବା ଶୋ’ ‘ଆପକେ ଆ ଜାନେ ସେ’ ଜୁନ ୩ରେ ବନ୍ଦ ହେବାକୁ ଯାଉଛି। ଏହା ସ୍ଥାନରେ ‘ହମାରି ବହୁ ସିଲ୍କ’ ପ୍ରସାରିତ ହେବ। ସେହିଭଳି କୃଷ୍ଣା ଚଲି ଲଣ୍ଡନ ସ୍ଥାନରେ ‘କହାଁ ହମ୍‌ କହାଁ ତୁମ୍‌’ ପ୍ରସାରିତ ହେବାକୁ ଯାଉଥିବା ବେଳେ ବିକ୍ରମ ବେତାଳ କି ରହସ୍ୟ ଗାଥା ସ୍ଥାନରେ ‘ଜାତ୍‌ ନା ପୁଛୋ ପ୍ରେମ କି’ ପ୍ରସାରିତ ହେବ ବୋଲି ଜଣାପଡ଼ିଛି।

Share