ବନ୍ଦ ହେବ କଲେଜ, ଡିଆରଡିଏ ଛକ: ଛତ୍ରପୁର ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଭେଇକିଲ୍‌ ଅଣ୍ଡରପାସ୍‌

ଛତ୍ରପୁର,୧୮ା୯(ଡି.ଏନ.ଏ.)-ଛତ୍ରପୁର କଲେଜ ଓ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ା ଏହା ପୋଲିସ, ପ୍ରଶାସନ ଓ ଆରଟିଓ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି ା ଏଠାରେ ଫ୍ଲାଏଓଭର, ଅଣ୍ଡରପାସ୍‌ କିମ୍ବା ଭେଇକିଲ ଅଣ୍ଡର ପାସ୍‌ (ଭିୟୁପି) ନିର୍ମାଣ କରିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇଆସୁଛି ା ମାତ୍ର ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଏବେ ଛତ୍ରପୁର କଲେଜ ଓ ଡିଆରଡିଏ ଛକରେ ଟ୍ରାଫିକ୍‌ ସମସ୍ୟା ଦୂର ପାଇଁ ନୂଆ ବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଭେଇକିଲ୍‌ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଏଚଏଆଇ କର୍ତ୍ତୃପକ୍ଷ ଏକ ଫ୍ଲାଏଓଭର କିମ୍ବା ଭେଇକିଲ୍‌ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଡିଆର୍‌ଡିଏ ଓ କଲେଜ ଛକର ଅନୁଧ୍ୟାନ କରିଛନ୍ତି। କଲେଜ ଓ ଡିଆରଡିଏ ଛକ ମଝିରେ ଥିବା ନୂଆବସଷ୍ଟାଣ୍ଡ ସମ୍ମୁଖ ଜାତୀୟ ରାଜପଥରେ ଭେଇକିଲ୍‌ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଫିଜିବିଲଟି ରହିଥିବା ଜଣାପଡିଛି ା ଭେଇକିଲ୍‌ ଅଣ୍ଡରପାସ୍‌ ନିର୍ମାଣ ପାଇଁ ଜିଲାପାଳଙ୍କ ପକ୍ଷରୁ ଏକ ପତ୍ର ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି। ଏହା ନିର୍ମାଣ ସହ ଜାତୀୟ ରାଜପଥର ୨ ପାର୍ଶ୍ୱରେ ୭.୫ ମିଟର ଚଉଡାର ସର୍ଭିସ ରୋଡ୍‌ ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି ା ଏହା ହେଲେ ଡିଆରଡିଏ ଓ କଲେଜ ଛକ ବନ୍ଦ କରି ଦିଆଯିବ। ନୂଆବସଷ୍ଟାଣ୍ଡ ସମ୍ମୁଖ ସର୍ଭିସ ରୋଡ୍‌ରୁ ଭେଇକିଲ ଅଣ୍ଡର ପାସ ଦେଇ ଜାତୀୟ ରାଜପଥର ଅପରପାର୍ଶ୍ୱରେ ନିର୍ମାଣ ହେବାକୁ ଥିବା ସର୍ଭିସ ରୋଡ୍‌କୁ ଯାତାୟାତ କରିହେବ। ଫଳରେ ଜାତୀୟ ରାଜପଥ ପାର୍‌ ପାଇଁ ଆଉ ଉଭୟ କଲେଜ ଓ ଡିଆରଡିଏ ଛକର ଆବଶ୍ୟକ ପଡିବନି । ସୂଚନାଯୋଗ୍ୟ, ତକତ୍ାଳନୀ ଜିଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପକ୍ଷରୁ ଡିଆରଡିଏ ଓ କଲେଜ ଛକରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଡିପିଆରରେ ରଖିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ମାତ୍ର ଫ୍ଲାଏଓଭର କିମ୍ବା ଭିୟୁପି ନିର୍ମାଣ ପାଇଁ ଏନଏଚଏଆଇର ଡିପିଆରରେ କୌଣସି ପ୍ରସ୍ତାବ ନଥିଲା ା ଏ ନେଇ ଗଞ୍ଜାମ ଜିଲା ସଡକ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଥିଲା ା ଛତ୍ରପୁର ବାଇପାସ୍‌ ଜାତୀୟ ରାଜପଥରେ ଭେଇକିଲ୍‌ ଅଣ୍ଡରପାସ୍‌ ନିର୍ମାଣ କରିବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜୁଲାଇ ୧୯ରେ ଏନଏଚଏଆଇ ବିଶାଖାପାଟଣା ଡିଭିଜନର ପିଡିଙ୍କୁ ଚିଠି ଲେଖିଥିଲେ ା