Categories: ଜାତୀୟ

ବନ୍ଦ ହେବ କାଉଡି ଯାତ୍ରା

ଲକ୍ଷ୍ନୌ,୨୧।୬: ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣାପଡିଛି କି ଚଳିତ ବର୍ଷ କାଉଡି ଯାତ୍ରା ବନ୍ଦ କରି ଦିଆଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି। କାଉଡି ଯାତ୍ରାରେ ଗୋଟିଏ ସ୍ଥାନରେ ବହୁ ସଂଖ୍ୟକ ଲୋକ ଜମା ହେଉଥିବାରୁ ଏମାନେ କରୋନା ସଂକ୍ରମଣରେ ସାହାଯ୍ୟ କରିପାରନ୍ତି ବୋଲି ଅନୁମାନ କରି ବିଭିନ୍ନ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଶ୍ରାବଣ ମାସ ଆସିଲେ କାଉଡିଆମାନେ ପବିତ୍ର ନଦୀ ଜଳକୁ ସାଙ୍ଗରେ ଧରି ମାଲଇ ମାଇଲ ବାଟ ଖାଲି ପାଦରେ ଯାଇ ଶିବଙ୍କୁ ଜଳଲାଗି କରି ଥାଆନ୍ତି। କିନ୍ତୁ ଚଳିତ ବର୍ଷ ଏହା ନ କରିବାରୁ ଉତ୍ତର ପ୍ରଦେଶ, ହରିୟାଣା ଓ ଉତ୍ତରାଖଣ୍ଡ ସରକାର ଚିନ୍ତା କରିଛନ୍ତି।

Share