ବନ୍ଦ ହେବ ଫିଲ୍ମ ଶୁଟିଂ

ମୁମ୍ବାଇ,୧୫।୩: କରୋନା ଭାଇରସର ପ୍ରଭାବକୁ ଦେଖି ଏବେ ବିଭିନ୍ନ ରାଜ୍ୟର ସିନେମା ହଲ ବନ୍ଦ କରି ଦିଆଯାଇଛି। କରୋନାଠାରୁ ଦୂରେଇ ରହିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଯାଇ ମାର୍ଚ୍ଚ ୧୯ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଫିଲ୍ମ, ଟେଲିଭିଜନ ଓ ଓ୍ବେବ ସିରିଜ ଆଦିର ଶୁଟିଂ ବନ୍ଦ କରାଯିବ ବୋଲି ଜଣାପଡିଛି। ରବିବାର ଇଣ୍ଡିଆନ ମୋସନ ପିକ୍ଚର୍ସ ପ୍ରଡ୍ୟୁସର୍ସ ଆସୋସିଏଶନ(ଆଇଏମ୍‌ପିପିଏ) ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଦେଶ ତଥା ଦେଶ ବାହାରେ କିଛି ଫିଲ୍ମର ଶୁଟିଂ ଚାଲିଥିବାରୁ ପ୍ୟାକ୍‌ଅପ୍‌ ପାଇଁ ସେମାନଙ୍କୁ ୩ ଦିନ ସମୟ ଦିଆଯାଇଛି। ଟେଲିଭିଜନ ଓ ଓ୍ବେବ ସିରିଜର ଚେୟାରମ୍ୟାନ ଜେଡି ମଜେଠିୟା କହିଛନ୍ତି, ଦେଶ, ବିଶ୍ୱ, ସମାଜ, ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ସଦସ୍ୟଙ୍କ ହିତ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Share