Categories: ଜାତୀୟ

ବନ୍ଦ ହେଲା ଇ-ସିଗାରେଟ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଇ-ସିଗାରେଟକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ଇ-ସିଗାରେଟ ପ୍ରଡକ୍ସନ ଓ ଷ୍ଟୋରେଜ ଉପରେ ମଧ୍ୟ ନିଷେଧାଜ୍ଞା ଜାରି କରାଯାଇଛି। ଖବର ଦାତାଙ୍କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ କହିଥିଲେ କି ଏବେ ଦଶମ ଓ ଦ୍ୱାଦଶ ଶ୍ରେଣୀର ପିଲା ଇ-ସିଗାରେଟ ସେବନ କରୁଥିବାର ଏକ ରିପୋର୍ଟ ସରକାରଙ୍କ ପାଖରେ ରହିଛି। ସେ କହିଛନ୍ତି ଇ-ସିଗାରେଟ ବ୍ୟାନ୍‌ ଅର୍ଥ ଏହାର ପ୍ରଡକଶନ୍‌, ସେଲ୍‌, ଏକ୍ସପୋର୍ଟ ଓ ଇାମ୍ପୋଟ ଉପରେ ସମ୍ପୂର୍ଣ୍ଣ ଭାବେ ନିଷେଧାଜ୍ଞା ଜାରି କରାଯାଇଛି। ବଜାରରେ ପାଖାପାଖି ୪ଶହ ବ୍ରାଣ୍ଡର ଇ-ସିଗାରେଟ ମିଳୁଥିବା ବେଳେ ଭାରତରେ ଏହା ତିଆରି କରାଯାଉ ନାହିଁ। ଆମେରିକାରେ ଇ-ସିଗାରେଟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ସୂଚନା ରହିଛି। ସେଥିପାଇଁ କେନ୍ଦ୍ର ସରକାର ଏହାକୁ ବନ୍ଦ କରିବାକୁ ନେଇ ଏକ ଅଧ୍ୟାଦେଶ ଜାରି କରିବାକୁ ସ୍ଥିର କରିଛନ୍ତି। ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି।

Share