Posted inରାଜ୍ୟ

ବନ୍ଦ ହେଲା ନାବାଳିକାଙ୍କ ବିବାହ

ମହାକାଳପଡ଼ା,୨୨ା୬(ଡି.ଏନ୍‌.ଏ.): ମହାକାଳପଡା ବ୍ଲକ ଅଧୀନ ଜମ୍ବୁ ମେରାଇନ୍‌ ଥାନା ଅଞ୍ଚଳରେ ଶିଶୁ ସୁରକ୍ଷା ବିଭାଗ, ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟି ଓ ପୋଲିସର ହସ୍ତକ୍ଷେପ ପରେ ଶୁକ୍ରବାର ଜଣେ ନାବାଳିକାଙ୍କ ବିବାହ ବନ୍ଦ କରାଯାଇଛି। ସେହିପରି ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମିକଙ୍କ ଘରୁ ଉଠାଇ ଆଣି କେନ୍ଦ୍ରାପଡାସ୍ଥିତ ରେସଓ୍ବାରେ ଅସ୍ଥାୟୀ ଭାବେ ରଖାଯାଇଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳର ଜଣେ ନାବାଳିକାଙ୍କୁ ଶୁକ୍ରବାର ରାତିରେ ବିବାହ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ବେଦି ତିଆରି ସରିଥିବା ବେଳେ ଭୋଜି ପାଇଁ ଆୟୋଜନ ଚାଲିଥିଲା। ଏସମ୍ପର୍କରେ କୌଣସି ସୂତ୍ରରୁ ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା କମିଟିକୁ ସୂଚନା ମିଳିଥିଲା। ପରେ ବ୍ଲକ ସମନ୍ବିତ ଶିଶୁ ସୁରକ୍ଷା ଅଧିକାରିଣୀ ମନୋରମା ସ୍ବାଇଁଙ୍କ ସମେତ ଜମ୍ବୁ ମେରାଇନ ପୋଲିସ ପକ୍ଷରୁ ବର ଓ କନ୍ୟା ଘରେ ଚଢ଼ାଉ କରାଯାଇ ବାହାଘରକୁ ବନ୍ଦ କରି ଦିଆଯାଇଥିଲା। ଉଭୟ ବର ଓ କନ୍ୟାଙ୍କ ବିବାହ ବୟସ ହୋଇ ନ ଥିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କ ଅଭିଭାବକଙ୍କଠାରୁ ଏକ ଲିଖିତନାମା ଗ୍ରହଣ କରାଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ଉଭୟ ପରିବାରକୁ ଶିଶୁ ସୁରକ୍ଷା କମିଟି ନିକଟରେ ଉପସ୍ଥିତ ରହି ସେମାନଙ୍କ ବୟସ ପ୍ରମାଣ ପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଚଢ଼ାଉ ସମୟରେ ଉକ୍ତ ଅଞ୍ଚଳରେ ଅନ୍ୟ ଜଣେ ନାବାଳିକାଙ୍କୁ ପ୍ରେମିକ ଘରେ ଗତ ୨ ମାସେ ହେବ ରହୁଥିବା ଦେଖି କମିଟି ପକ୍ଷରୁ ପ୍ରଶ୍ନ କରାଯାଇଥିଲା। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ ଉଠାଇ ନିଆଯାଇଛି। ନାବାଳିକା ଜଣକ ଏବେ ମାଟ୍ରିକ ପରୀକ୍ଷା ଦେଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ସମୟରେ ଜିଲା ସୁରକ୍ଷା କମିଟିର ପ୍ରବେସନ ଅଫିସର ବିବେକାନନ୍ଦ ଅତବୁଦ୍ଧି, ପରମର୍ଶଦାତା କନକଲତା ବେହେରା, ଅନନ୍ତ କିଶୋର ବେହେରା, ଜମ୍ବୁ ମେରାଇନ୍‌ ଥାନା ସବ୍‌ ଇନ୍‌ସ୍ପେକ୍ଟର ପବିତ୍ର କୁମାର ପଟ୍ଟନାୟକ ଓ ଅଙ୍ଗନଓ୍ବାଡି କର୍ମୀ ପାର୍ବତୀ ରାୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦଙ୍କ ଦୁଇ ପୁଅକୁ ପଢୁଆଁ କଲେ ପୂର୍ବତନ ବିଧାୟକ

ବାହାନଗା, ୨୭।୧୧(ଅରୂପ କୁମାର ଦାସ): ପ୍ରଥମାଷ୍ଟମୀରେ ମାମୁଘର କିମ୍ବା ମା’ବାପା ନିଜର ବଡ଼ ପୁଅକୁ ନୂଆ ବସ୍ତ୍ର ଦେଇ ପ୍ରଥମାଷ୍ଟମୀ ପାଳନ କରିଥାନ୍ତି। ସେହି ଅନୁଯାୟୀ...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଚାଲିଛି ସ୍ବାସ୍ଥ୍ୟସେବା:ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା….

ବାରିପଦା,୨୭।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ୭ ଦିନ ହେଲା ଅଲଟ୍ରା ସାଉଣ୍ଡ ମେଶିନ ଅଚଳ ହୋଇ ପଡ଼ିଥିବାରୁ ରୋଗୀଙ୍କ ମଧ୍ୟରେ ଉଦ୍‌ବେଗ...

ସ୍ତ୍ରୀଙ୍କୁ କବ୍‌ଜାରେ ରଖି ମାଗୁଛନ୍ତି ୨ ଲକ୍ଷ: ବୈକୁଣ୍ଠଧାମ ଆଶ୍ରମ କର୍ତ୍ତୃପକ୍ଷଙ୍କ ନାମରେ ସଙ୍ଗିନ ଅଭିଯୋଗ ଆଣିଲେ କେନ୍ଦୁଝର ଯୁବକ

ଭୁବନେଶ୍ୱର,୨୭ା୧୧(ସତ୍ୟଜିତ୍‌ ରାଉତ):ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ମୌଜାରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମ ବିରୋଧରେ ପୁଣି ଏକ ସଙ୍ଗିନ ଅଭିଯୋଗ ଆସିଛି। ଆଶ୍ରମ କର୍ତ୍ତୃପକ୍ଷ ତାଙ୍କ...

୨୯ରେ ମୋଦିଙ୍କ ମେଗା ରୋଡ଼ ଶୋ’: ୨ ଘଣ୍ଟା ପର୍ଯ୍ୟନ୍ତ କରିବେ ଦଳୀୟ ନେତାଙ୍କ ସହ ମାରାଥନ୍‌ ବୈଠକ

ଭୁବନେଶ୍ୱର, ୨୭ା୧୧(ସୁନିତ୍‌ ମିଶ୍ର):ଓଡ଼ିଶାରେ ଭାଜପା ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ୟ ଥର ଲାଗି ଆସନ୍ତା ୨୯ରେ ୩ ଦିନିଆ ଓଡ଼ିଶା ଗସ୍ତରେ...

ଶୀତର ଲହରି ଜାରି: ୩୦ରୁ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୧୧(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ହେଲା ଶୀତର ଲହରି ଜାରି ରହିଥିବାବେଳେ ସୁନ୍ଦରଗଡ଼ ଓ କନ୍ଧମାଳ ଆଦି ଜିଲାରେ ଗଭୀର କୁହୁଡ଼ି ଦେଖିବାକୁ ମିଳୁଛି। ସେହିପରି...

୭ ମାସରେ ରାଜ୍ୟରେ ୪୧ ହାତୀଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୭ା୧୧ (ବନ୍ଦନା ସେଠୀ):ରାଜ୍ୟରେ ହାତୀ-ମଣିଷ ଲଢେଇ ବଢିବାରେ ଲାଗିଛି। ଗତ ୩ବର୍ଷରେ ହାତୀ ଆକ୍ରମଣରେ ୬୬୮ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ୫୦୯ଜଣ ଲୋକ ହାତୀ...

ଖାଲି ପଡ଼ିଥିବା ସୂଚନା କମିଶନ ପଦବୀ: ଓଡ଼ିଶାରେ ୬ରୁ ୪ ଖାଲି

ଭୁବନେଶ୍ୱର,୨୭ା୧୧(ଅନିଲ ଦାସ): ୨୦୨୩ରେ ଏକ ମାମଲାର ଶୁଣାଣି ବେଳେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ସୂଚନା କମିଶନରେ ଖାଲି ପଡ଼ିଥିବା ପଦବୀ ପୂରଣରେ ବିଫଳତାକୁ ନେଇ ସୁପ୍ରିମକୋର୍ଟ...

ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ

କଟକ,୨୬।୧୧: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri