ସମ୍ବଲପୁର,୧୬।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍ର ୧୦ଟି ଗେଟ୍ ଶୁକ୍ରବାର ବନ୍ଦ କରିଦିଆଯାଇଛି। ଏବେ ୧୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଥିବା ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗୁରୁବାର ପ୍ରଥମେ ଡ୍ୟାମ୍ର ୨ଟି ଗେଟ୍ ଖୋଲାଯାଇଥିବା ବେଳେ ପରେ ପର୍ଯ୍ୟାୟ କ୍ରମେ ଆଉ ୧୮ଟି ଗେଟ ଖୋଲାଯାଇଥିଲା। ଚଳିତ ଥର ହୀରାକୁଦ ଡ୍ୟାମ୍ ପାଣି ଛଡ଼ା ହେବା ଦ୍ୱାରା ବନ୍ୟାର କୌଣସି ଆଶଙ୍କା ଦେଖାଯାଇ ନାହିଁ। ହେଲେ ନଦୀ କୂଳବର୍ତ୍ତୀ ଜିଲାର ଜିଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।