Categories: ବାଣିଜ୍ୟ

ବନ୍ଦ ହୋଇଛି ୬.୮ ଲକ୍ଷ କମ୍ପାନୀ

ନୂଆଦିଲ୍ଲୀ,୨-୭: ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୬.୮ ଲକ୍ଷ କମ୍ପାନୀ ବନ୍ଦ ହୋଇଛି। ଦେଶ ମଧ୍ୟରେ ୧୮.୯୪ ଲକ୍ଷ କମ୍ପାନୀ ରେଜିଷ୍ଟ୍ରାର ଅଫ୍‌ କମ୍ପାନୀଜ ଅଧିନରେ ପଞ୍ଜିକୃତ ଥିବା ବେଳେ ଏଗୁଡିକ ମଧ୍ୟରୁ ୩୬.୦୭% କମ୍ପାନୀ ବନ୍ଦ ହୋଇଛି। ବନ୍ଦ କମ୍ପାନୀଗୁଡିକ ମଧ୍ୟରେ ମହାରାଷ୍ଟ୍ରର ୧.୪୨ ଲକ୍ଷ କମ୍ପାନୀ ରହିଛି। ସେହିଭଳି ଦିଲ୍ଲୀର ୧.୨୫ ଲକ୍ଷ, ପଶ୍ଚିମବଙ୍ଗର ୬୭,୦୦୦ କମ୍ପାନୀ ରହିଛି। ସିକିମର କୌଣସି କମ୍ପାନୀ ବନ୍ଦ ହୋଇ ନାହିଁ। ଲଗାତର ଭାବେ ଦୁଇ ଆର୍ଥତ୍କ ବର୍ଷଧରି ରିଟର୍ନ ଫାଇଲ ଏବଂ ଆର୍ଥତ୍କ ପ୍ରମାଣପତ୍ର ଦାଖଲ କରିନ ଥିବା କମ୍ପାନୀଗୁଡିକର ପଞ୍ଜୀକରଣ ବାଦ ଦେବା ଲାଗି ସରକାର ସ୍ବତନ୍ତ୍ର ପଦକ୍ଷେପ ମାନ ଗ୍ରହଣ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହାବାଦ ଭୂତ କମ୍ପାନୀଗୁଡିକର ପଞ୍ଜୀକରଣ ବାତିଲ ନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, କମ୍ପାନୀ ଆଇନରେ ଭୂତ କମ୍ପାନୀ ଶବ୍ଦ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇ ନାହିଁ। ଅନ୍ୟ ଏକ ଉତ୍ତରରେ ସେ କହିଛନ୍ତି ଯେ, ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ୨୪୪୮ କମ୍ପାନୀ ପଞ୍ଜିକରଣ କରିଛନ୍ତି।

Share