Categories: ଗଞ୍ଜାମ

ବନ୍ଦ ହୋଇପାରେ ୨ଶହ ଘରୋଇ ସ୍କୁଲ

ବ୍ରହ୍ମପୁର ଅଫିସ୍‌,୨ା୭-ଭିତ୍ତିଭୂମି ନ ଥିବା ଘରୋଇ ସ୍କୁଲଗୁଡ଼ିକର ଅଡ଼ୁଆ ବଢ଼ିବାରେ ଲାଗିଛି। ଯେଉଁ ଘରୋଇ ସ୍କୁଲର ଆବଶ୍ୟକ ଭିତ୍ତିଭୂମି ନାହିଁ, ସେଗୁଡ଼ିକୁ ବନ୍ଦ କରିଦେବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ କଠୋର ହେବାରେ ଲାଗିଛି । ତେବେ ସୋମବାର ବିଭାଗ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି ଯେଉଁଥିରେ, ଶିକ୍ଷକଙ୍କ ଯୋଗ୍ୟତା ଓଟିଇଟିକୁ କୋହଳ କରାଯାଇଛି।
ଅର୍ଥାତ୍‌ ଯେଉଁ ଘରୋଇ ସ୍କୁଲର ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଓଟିଇଟି ନାହିଁ, ସେହି ସ୍କୁଲକୁ ସାର୍ଟିଫିକେଟ୍‌ ଅଫ୍‌ ରେକଗ୍‌ନାଇଜେସନ୍‌(ସିଓଆର୍‌) ପ୍ରଦାନ କରାଯିବ ନାହିଁ। ଏହି ସବୁ ଘରୋଇ ସ୍କୁଲଗୁଡ଼ିକୁ ବନ୍ଦ କରିଦେବାକୁ ବିଭାଗ ନିଷ୍ପତ୍ତି ନେଇଛି। ତେବେ ଏହି କୋହଳ ସତ୍ତ୍ୱେ ଗଞ୍ଜାମ ଜିଲାରେ ଘରୋଇ ସ୍କୁଲଗୁଡ଼ିକର ଅଡ଼ୁଆ କମିନାହିଁ।
ପ୍ରାୟ ୨ଶହ ଘରୋଇ ସ୍କୁଲ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ।
ଅନୁଯାୟୀ, ଗଞ୍ଜାମ ଜିଲାରେ ୪୮୧ ଘରୋଇ ପ୍ରାଥମିକ ସ୍କୁଲ ରହିଛି। ଏଥିରୁ ଅଧିକାଂଶ ଘରୋଇ ସ୍କୁଲର ସ୍ଥିତି ନିମ୍ନମାନର। ଖୁବ୍‌ କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଘରୋଇ ସ୍କୁଲଗୁଡ଼ିକରେ ଆର୍ଥିକ ଅନଗ୍ରସର ବର୍ଗର ୨୫ପ୍ରତିଶତ ଶିଶୁଙ୍କ ନାମଲେଖା ନିୟମ ରହିଥିଲେ, ମଧ୍ୟ କୌଣସି ସ୍କୁଲ ଏହାକୁ ମାନୁନାହାନ୍ତି ।
ଫଳରେ ଶିକ୍ଷା ଅଧିକାର ଆଇନ୍‌ର ଖୋଲାଖୋଲି ଉଲ୍ଲଂଘନ ହେଉଛି ।
ସମୟରେ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାରୁ ଓଟିଇଟିକୁ ବାଦ ଦେବା ପରେ କେତେକ ଘରୋଇ ସ୍କୁଲ ଆଶ୍ୱସ୍ତ ହୋଇଛନ୍ତି। ତଥାପି ପ୍ରାୟ ୨ଶହ ଘରୋଇ ସ୍କୁଲ ବନ୍ଦ ହେବାର ଆଶଙ୍କା ରହିଥିବା କୁହାଯାଉଛି।