ବନ୍ଦ ହୋଟେଲରୁ ମ୍ୟାନେଜରଙ୍କ ଗଳିତ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧୭ା୪ (ବ୍ୟୁରୋ)- ନୟାପଲ୍ଲୀ ଥାନା ଅନ୍ତର୍ଗତ ଇନ୍ଦ୍ରଧନୁ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ହୋଟେଲରୁ ମ୍ୟାନେଜରଙ୍କ ଗଳିତ ମୃତଦେହକୁ ପୋଲିସ ବୁଧବାର ଉଦ୍ଧାର କରିଛି। ମୃତକ ହେଲେ ଖୋର୍ଦ୍ଧା ଜିଲା ପୋଡ଼ପାଟଣା ଗ୍ରାମର ଜଗନ୍ନାଥ ସୁବୁଦ୍ଧିଙ୍କ ପୁଅ ଶିବରାମ ସୁବୁଦ୍ଧି(୪୮)। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଥିବାବେଳେ ପୋଲିସ ଏନେଇ ୫୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ଶିବରାମ ଉକ୍ତ ହୋଟେଲର ସମସ୍ତ ପରିଚାଳାନ କାର୍ଯ୍ୟ ତୁଲାଉଥିଲେ। ଗତ ୪ଦିନ ହେବ ହୋଟେଲ ବନ୍ଦ ଥିବାବେଳେ ବୁଧବାର ଭିତରୁ ଦୁର୍ଗନ୍ଧ ବହାରିଥିଲା। ଏ ନେଇ ସ୍ଥାନୀୟ ଲୋକେ ହୋଟେଲ ନିକଟରେ ପହଞ୍ଚତ୍ଥିଲେ। ମାତ୍ର ତାହା ବନ୍ଦ ଥିବାରୁ ସନ୍ଦେହ କରି ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ବା ପରେ କବାଟ ତାଡି ଭିତରକୁ ପଶିଥିଲା। ଏକ ମୃତଦେହ ତଳେ ପଡ଼ିଥିବା ଓ ତାହା ପଚିସଢ଼ି ଦୁର୍ଗନ୍ଧ ବାହାରୁଥିଲା। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ଏ ସଂକ୍ରାନ୍ତରେ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, କବାଟ ଭିତରୁ ବନ୍ଦଥିବାବେଳେ ପ୍ରାଥମିକ ତଦନ୍ତ ଓ ପାରିପାର୍ଶ୍ୱିକ ପରିସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି। ପୁରୀରେ ରହୁଥିବା ହୋଟେଲ ମାଲିକଙ୍କୁ ଏ ନେଇ ଖବର ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି।