ବନ୍ଧଟିଆରେ ୧୨୦ ବର୍ଷ ଧରି ପୂଜା ପାଇ ଆସୁଛନ୍ତି ଗଜାନନ

ଧାମନଗର,୨।୯:(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବନ୍ଧଟିଆସ୍ଥିତ ଗଣେଶ ମଣ୍ଡପରେ ଗଜାନନଙ୍କ ପୂଜା ସୋମବାର ଧୂମ୍‌ଧାମ୍‌ରେ ପାଳିତ ହୋଇଛି। ଏହିଠାରେ ୧୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଆଡମ୍ବରରେ ବିଘ୍ନବିନାଶକଙ୍କ ପୂଜାର୍ଚ୍ଚନା ଚାଲିଛି।
ସେହିପରି ବାହାରବିଲରେ ବୁଢ଼ା ଗଣେଶ ପୂଜା ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି। ଏହାସହ ଅଞ୍ଚଳର ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ କ୍ଲବରେ ଗଜାନନଙ୍କ ପୂଜା ପାଳନ ହେଉଛି।