ବନ୍ଧରେ ବୁଡି ୨ ଶିଶୁ କନ୍ୟା ମୃତ

ସୋନପୁର,୧୨।୧୨(ନି.ପ୍ର.) :ସୁବର୍ଣ୍ଣପୁର ଜିଲା ସୋନପୁର ଥାନା ମିକମୁଣ୍ଡା ଗ୍ରାମ ପୁଟକି ବନ୍ଧରେ ବୁଡି ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ମଧ୍ୟାହ୍ନରେ ଏହି ଘଟଣା ଘଟିଛି । ସୂଚନା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜଳାଶୟରୁ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ଡାକ୍ତର ଶିଶୁଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁଦ୍ୱୟ ହେଲେ ଉଗ୍ରସେନ ମହାନନ୍ଦଙ୍କ ଝିଅ ପିଙ୍କି(୫) ଓ ନୃପରାଜ ଲୁହାଙ୍କ ଝିଅ ରାକ୍ଷୀ(୮)। ଅଙ୍ଗନଓ୍ବାଡିରେ ପଢୁଥିବା ପିଙ୍କି ଓ ତୃତୀୟ ଶ୍ରେଣୀ ଛାତ୍ରୀ ରାକ୍ଷୀ ଘରେ କାହାରିକୁ ନ ଜଣାଇ ସ୍ଥାନୀୟ ବନ୍ଧକୁ ଗାଧୋଇବା ପାଇଁ ଚାଲିି ଯାଇଥିଲେ। ଶିଶୁମାନେ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ସେମାନଙ୍କ ପୋଷାକଗୁଡିକ ବନ୍ଧ ଆଡିରେ ଥିଲା। ସନ୍ଦେହରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଗ୍ରାମବାସୀଙ୍କ ସହ ମିଶି ପାଣିରେ ଖୋଜାଖୋଜି ପରେ ମୃତଦେହକୁ ଠାବ କରିଥିଲେ। ଶିଶୁଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୋନପୁର ଥାନା ପୋଲିସ ସୂଚନା ଦେଇଛି ।