ବନ୍ଧାଗୁଡ଼ାରେ ଉପଖଣ୍ଡ ପୋଲିସ ଅଧିକାରୀ, ତହସିଲଦାରଙ୍କ ରାତିଅଧିଆ ଚଢ଼ାଉ

ଶେରଗଡ଼,୧୨।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ କରୋନା ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ସାମାଜିକ ଦୂରତ୍ୱ ଉଲ୍ଲଂଘନ ହେବା ତଥା ମଦ ବିକ୍ରି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ରାତି ଅଧିଆ ଚଢ଼ାଉ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ରାତିରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ଡ. ଦୟାସିନ୍ଧୁ ପରିଡା ମିଳିତ ଭାବେ ବନ୍ଧାଗୁଡାରେ ଚଢ଼ାଉ କରିଥିବା ସୂଚନା ମିଳିଛି।

ସୂଚନାନୁଯାୟୀ, ଉକ୍ତ ଦୁଇ ଅଧିକାରୀ ସଦଳବଳେ ବନ୍ଧାଗୁଡା ଗ୍ରାମ, ବନ୍ଧାଗୁଡା ଛକ, ଉଚ୍ଚ ବିଦ୍ୟାଳୟ, ଗ୍ରାମର ପ୍ରତ୍ୟେକ ସାହି ବୁଲି ତଦନ୍ତ କରିଥିଲେ। ବନ୍ଧାଗୁଡା ଛକରେ ଏକ ସାହିରେ ମଦ ବିକ୍ରି ହେଉଛି ବୋଲି ଖବର ପାଇ ସେଠାକୁ ଯାଇଥିଲେ। କରୋନା ନିମନ୍ତେ ଘରୁ ନ ବାହାରି ବାକୁ ଲୋକମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ସମୟରେ ତହସିଲ ପକ୍ଷରୁ ସୁପରଭାଇଜର ମନୋଜ କୁମାର ନାହାକ, ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲିକଙ୍କ ସମେତ କିଛି ପୋଲିସ ଉପସ୍ଥିତ ଥିଲେ।

Share