ବନ୍ଧୁକ କାରଖାନା ଠାବ: ତିଆରି ସାମଗ୍ରୀ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୧୫।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପୋଲିସ ପକ୍ଷରୁ ଶନିବାର ଶ୍ରାନିକେତା ପଞ୍ଚାୟତ ଗୁଞ୍ଜିଟି ଜଙ୍ଗଲରେ ଚଢ଼ାଉ କରାଯାଇ ଏକ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ଏହା ସହ ଦୁଇଟି ବନ୍ଧୁକ, ଅର୍ଦ୍ଧନିର୍ମିତ ବନ୍ଧୁକ ଏବଂ ବନ୍ଧୁକ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ସହ ବାରୁଦ, ଗନ୍‌ ପାଉଡର ଆଦି ଜବତ ହୋଇଛି। ଏଥିରେ ସମ୍ପୃକ୍ତଥିବା ଅଭିଯୋଗରେ ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛିି। ସେମାନେ ହେଲେ ନୂଆସାହିର ଟୁନା ପ୍ରଧାନ(୩୫) ଓ ଦଣ୍ଡିମା ଗଁ।ର ଚିତ୍ରସେନ୍‌ ବିନ୍ଧାଣି (୫୫)। ଏହି ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିବା ଦାରିଙ୍ଗବାଡ଼ି ଆଇଆଇସି ଅଲେଖ ଗରଡ଼ିଆ କହିଛନ୍ତିା ବନ୍ଧୁକ ତିଆରି ହୋଇ କେଉଁ ଅଞ୍ଚଳରେ ବିକ୍ରି ହେଉଛି ଏବଂ ଅଭିଯୁକ୍ତମାନଙ୍କ ମାଓବାଦୀଙ୍କ ସହ ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ ଚାଲିଥିବା ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ, ଜଙ୍ଗଲ ଭିତରେ ବହୁଦିନ ଧରି ବନ୍ଧୁକ କାରଖାନା ଚାଲିଥିବା ପୋଲିସକୁ କୌଣସି ସୂତ୍ରରୁ ଖବର ମିଳିଥିଲା। ପୂର୍ବରୁ ପ୍ରସ୍ତୁତଥିବା ପୋଲିସ ଶନିବାର ଭୋର ସମୟରେ କାରଖାନା ଉପରେ ଚଢ଼ାଉ କରିଥିଲା ।

Share