Categories: ଗଞ୍ଜାମ

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଆସିକା,୧।୮(ଡି.ଏନ୍‌.ଏ): ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନୟୀ ପଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ସମୟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିନେଇଛନ୍ତି। ଏଜେଣ୍ଟ ଜଣଙ୍କ ଭେଟନୟୀ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ସ୍କୁଟିରେ ଆସିକା ଆଡକୁ ଯାଉଥିବା ବେଳେ ଗୋଟିଏ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇ ଧରିଥିବା ଟଙ୍କାଙ୍କୁ ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଖବର ପାଇ ଆସିକା ପୋଲିସ ବିଭିନ୍ନ ରାସ୍ତାକୁ ବ୍ଲକ କରି ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚଳାଇଛି।