ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌

କୁଆଁରମୁଣ୍ଡା,୧୫।୧୦(ଡି.ଏନ.ଏ): ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ ମଙ୍ଗଳବାର ସକାଳ ପ୍ରାୟ ୭ଟା୨୦ ମିନିଟରେ ସିକ୍ୟୁରିଟି ଏଜେନ୍ସି କ୍ୟାସ୍‌ ଭ୍ୟାନରୁ ବନ୍ଧୁକ ଦେଖାଇ ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। ରାଉରକେଲାସ୍ଥିତ ଆଇସିଆଇସି ବ୍ୟାଙ୍କ୍‌ରୁ ସିକ୍ୟୁରିଟି ସଂସ୍ଥାର କ୍ୟାସିୟର ସୁରକ୍ଷାଗାର୍ଡଙ୍କ ସହ କୁଆଁରମୁଣ୍ଡା ବ୍ଲକର ୫ଟି ପଞ୍ଚାୟତରେ ବାର୍ଦ୍ଧକ୍ୟଭତ୍ତା ପ୍ରଦାନ କରିବା ପାଇଁ ଆସିଥିଲେ। କ୍ୟାସ୍‌ ଭ୍ୟାନରୁ ଓହ୍ଲାଇବା ପୂର୍ବରୁ ସେମାନଙ୍କୁ ୫ଜଣ ଯୁବକ ୩ଟି ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସୁରକ୍ଷାକର୍ମୀ ଅଟକାଇବାରୁ ତାଙ୍କୁ ଲହୁଲୁହାଣ କରି ୧୧ ଲକ୍ଷ, ୩୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।