ବନ୍ଧୁକ ମୁନରେ ଲୁଟିନେଲେ ୨୩ ଲକ୍ଷ

ଖୋର୍ଦ୍ଧା ଅଫିସ,୨୪।୧: ଖୋର୍ଦ୍ଧା ଆଦର୍ଶ ଥାନା ସତ୍ୟସାଇ ମନ୍ଦିର ରାସ୍ତାରେ ଶୁକ୍ରବାର ଲୁଟ ହୋଇଛି। ୨୩ ଲକ୍ଷ ଏଲ୍‌ଆଇସି ବୀମା ଟଙ୍କା ବ୍ୟାଙ୍କରେ ଜମା କରିବା ଲାଗି ଜଣେ କର୍ମଚାରୀ ଯାଉଥିବା ବେଳେ ତାଙ୍କଠାରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଛି।

ସୂଚନାନୁଯାୟୀ, ଜଟଣୀ ଥାନା କୁଦିଆରୀର ବାପୁଜି ମହାରଣା ବ୍ୟାଙ୍କକୁ ଟଙ୍କା ଜମା କରିବା ଲାଗି ଯାଉଥିବା ବେଳେ ତିନୋଟି ବାଇକରେ ୫ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ପରେ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଲୁଟି ନେଇଯାଇଛନ୍ତି।

Share