କୋଲକାତା,୧୦।୨: ପଶ୍ଚିମବଙ୍ଗ ସରକାର ଚଳିତ ୨୦୨୦-୨୧ ବର୍ଷ ବଜେଟରେ ଏକ ନୂଆ ଯୋଜନା ଘୋଷଣା କରିବାର ବ୍ୟବସ୍ଥା ରହିଛି। ଏହାର ନାମ ରଖାଯାଇଛି ‘ବନ୍ଧୁ ପ୍ରକଳ୍ପ’। ଏହି ଯୋଜନା ଅଧିନରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ପେନସନ୍ ମିଳିବ ବୋଲି ଜଣାପଡିଛି। ତେବେ ଏହା କେବଳ ସିଡ୍ୟୁଲଡ କାଷ୍ଟ କମ୍ୟୁନିଟି(ଏସ୍ସି)ଙ୍କୁ ମିଳିବ ବୋଲି ଜଣାପଡିଛି। ଏହି ପେନ୍ସନ୍ ଯୋଜନା ଅଧିନରେ ଆସୁଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ମାସକୁ ୧ହଜାର ଟଙ୍କାର ପେନ୍ସନ୍ ଯୋଗାଇ ଦିଆଯିବ। ବିଶେଷ କରି ଯେଉଁମାନେ କୌଣସି ଭତ୍ତା ଅବା ପେନସନ୍ ପାଉ ନ ଥିବେ ସେମାନଙ୍କୁ ‘ବନ୍ଧୁ ପ୍ରକଳ୍ପ’ ଯୋଜନାରେ ସାମିଲ କରାଯିବ। ସେହିପରି ସିଡ୍ୟୁଲଡ ଟ୍ରାଇବ କମ୍ୟୁନିଟି(ଏସ୍ଟି)ର ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ‘ଜୟ ଜୋହର’ ଯୋଜନାରେ ମଧ୍ୟ ସମାନ ସର୍ତ୍ତାବଳୀ ଲାଗୁ କରାଯାଇ ମାସକୁ ୧ ହଜାର ଟଙ୍କାର ପେନ୍ସନ୍ ମିଳିବ ବୋଲି ସରକାର କହିଛନ୍ତି।