ବନ୍ଧୁ ବିନା ଜୀବନ ରଙ୍ଗହୀନ

ଭୁବନେଶ୍ୱର, ୪ା୮(ବ୍ୟୁରୋ)/ କଟକ ଅଫିସ: ‘ବନ୍ଧୁ’ – ତୁମ ଖୁସିରେ ଯିଏ ଖୁସି ହୁଏ। ତୁମକୁ ସବୁ ବେଳେ ଆଗକୁ ବଢିବାରେ ପ୍ରେରଣା ଦିଏ। ଯିଏ ସବୁ ସମୟ, ସବୁ ପରିସ୍ଥିତିରେ ପାଖେ ପାଖେ ରହିଥାଏ ସେ ହିଁ ପ୍ରକୃତ ବନ୍ଧୁ। ବନ୍ଧୁତ୍ୱ ଗୋଟିଏ ଏପରି ସମ୍ପର୍କ ଯାହାର କିଛି ପୃଥକ୍‌ ସାଧନ ନାହିଁ। ଆଉ ଯେଉଁ ସମ୍ପର୍କ ବିନା ଜୀବନ ରଙ୍ଗହୀନ ପରି ଅନୁଭବ ହୁଏ, ତାହା ହେଉଛି ବନ୍ଧୁତ୍ୱ। ଏହି ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ଆଜି ହେଉଛି ସେହି ବନ୍ଧୁ ଓ ବନ୍ଧୁତ୍ୱର ଦିନଟିଏ। ଏହି ଦିବସ ଲାଟିନ ଆମେରିକା ଓ ଏସିଆ ମହାଦେଶର ବିଭିନ୍ନ ଦେଶରେ ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଉଛି। ୧୯୫୮ ଜୁଲାଇ ୩୦ରେ ପରାଗୁଏଠାରେ ପ୍ରଥମେ ବିଶ୍ୱ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥିଲା। ହେଲେ ଦକ୍ଷିଣ ଏସୀୟ ଦେଶ ବାଂଲାଦେଶ, ଇଣ୍ଡିଆ ଓ ମାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ କିଏ ପରସ୍ପରକୁ ଫ୍ରେଣ୍ଡ୍‌ସିପ୍‌ ବ୍ୟାଣ୍ଡ୍‌, କାର୍ଡ ଓ ମିଠା ଦେଇ ଶୁଭେଚ୍ଛା ଜଣାଉଛି ତ ଆଉକିଏ ନାଚଗୀତ ସାଙ୍ଗକୁ ଏକାଠି ବୁଲିବାକୁ ପସନ୍ଦ କରୁଛି। ତେବେ ନିଜ ବନ୍ଧୁ ଓ ବନ୍ଧୁତ୍ୱ ସମ୍ପର୍କ କାହା ପାଇଁ କେମିତି, ତାହାକୁ ନେଇ ଆମର ବିଶେଷ ଉପସ୍ଥାପନା।

Share