ଜୟପୁର,୧୮।୧୨(ଡି.ଏନ୍.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ବୋରିଗୁମ୍ମା ଥାନା ଖଇରିମୁଣ୍ଡି ଗ୍ରାମର ବଳରାମ ହରିଜନ(୨୫)। ଏଥିସହ ତାଙ୍କୁ ୨୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।