Advertisement

ବନ୍ଧ୍ୟାଦୋଷ, ମେଦବହୁଳତା ଦୂର କରେ ସଜନାଛୁଇଁ

ସଜନାଛୁଇଁ ଭଜା ହେଉ କି ତରକାରୀ ଯେଉଁଥିରେ ପଡ଼ିଲେ ତା’ର ସ୍ବାଦ ବଢ଼ି ଯାଇଥାଏ। ଏହା ପାଟିକୁ ଯେତିକି ସୁଆଦିଆ ଦେହକୁ ସେତିକି ହିତ ମଧ୍ୟ। ଏହାର ବହୁ ଉପକାରୀ ଗୁଣ ରହିଛି। ଏଥିରେ ପ୍ରୋଟିନ୍‌, ଏମିନୋ ଏସିଡ୍‌, ଭିଟା କ୍ୟାରୋଟିନ୍‌ ଆଦି ଭରପୂର ମାତ୍ରାରେ ରହିଛି। କ୍ୟାଲସିୟମର ମାତ୍ରା ସଜନାଛୁଇଁରେ ସୁବଠୁ ଅଧିକ। ଯାହା ଆମ ଶରୀର ପାଇଁ ବହୁ ଲାଭଦାୟକ।

ବନ୍ଧ୍ୟାଦୋଷ ଦୂର କରେ : ଏଥିରେ ଥିବା ଜିଙ୍କ୍‌ ମହିଳାଙ୍କଠାରୁ ବନ୍ଧ୍ୟା ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ପ୍ରତିଦିନ ରୋଷେଇରେ ସଜନାଛୁଇଁ ସାମିଲ କଲେ ସନ୍ତାନ ପ୍ରାପ୍ତି ହେଉ ନ ଥିବା ମହିଳାଙ୍କ ପାଇଁ ବେଶ୍‌ ଲାଭଦାୟକ।

ମେଦବହୁଳତା ଦୂର କରେ : ଏଥିରେ ଥିବା ଫସଫରସ ଶରୀରରୁ ଅତିରିକ୍ତ କ୍ୟାଲୋରୀ କମ୍‌ କରିବାରେ ସାହାଯ୍ୟ କରିଥାଏ। ଫଳରେ ପେଟରୁ ଚର୍ବି କମାଇବାରେ ଏହା ମହୌଷଧି ଭାବେ କାମ କରିଥାଏ।

ହାଡ଼ ଓ ଦାନ୍ତ ମଜଭୁତ ହୁଏ : ସଜନାଛୁଇଁ ଖାଇଲେ ହାଡ଼ ଓ ଦାନ୍ତ ମଜଭୁତ ହୋଇଥାଏ। ଖାସ୍‌ କରି ଗର୍ଭବତୀ ମହିଳାଙ୍କ ପାଇଁ ସଜନାଛୁଇଁ ବହୁ ହିତକାରୀ।