ବନ୍ୟଜନ୍ତୁକୁ ଗିଳିଲା ବୋଡ଼ା ସାପ

ବୁଗୁଡ଼ା,୧୫ା୮(ଡି.ଏନ୍‌.ଏ.)- ବୁଗୁଡ଼ା ଥାନା ମୋଟାବାଡ଼ି ନିକଟସ୍ଥ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ବନ୍ୟଜନ୍ତକୁ ଗିଳିବା ଅବସ୍ଥାରେ ବୋଡ଼ା ସାପକୁ ଦେଖିବାକୁ ମିଳିଛି। ଲୋକେ ବିଲରେ କାମ କରି ଫେରୁଥିବା ବେଳେ ଏହି ସାପକୁ ଦେଖିଥିଲେ। ଅନ୍ୟ କୌଣସି ଜନ୍ତୁକୁ ଖାଇ ଦେବାର ଭୟ କରି ଲୋକେ ସାପର ମୁଣ୍ଡକୁ ବାନ୍ଧି ଦେଇଥିବା ସୂଚନା ମିଳିଛି। ବନବିଭାଗକୁ ଜଣାଯାଇଥିଲେ ମଧ୍ୟ ରାତି ୮ଟା ସୁଦ୍ଧା କେହି ପହଞ୍ଚତ୍ ନ ଥିଲେ। ଏ ନେଇ ବୁଗୁଡ଼ା ବନପାଳ ସୁକାନ୍ତ କୁମାର ପଟ୍ଟନାୟକଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଆମେ ଯାଉଛୁ ବୋଲି କହିଥିଲେ।