Categories: ଜାତୀୟ

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ

ଅମରାବତୀ,୧୭।୮: ଚଳିତ ବର୍ଷ ବନ୍ୟାରେ ଆନ୍ଧ୍ର ପ୍ରଦେଶର ଅଧିକାଂଶ ଜିଲା ଜଳମଗ୍ନ ହୋଇଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆକଶମାର୍ଗରୁ ବନ୍ୟା ପରିସ୍ଥିତିର ସର୍ବେକ୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଲଗାଣ ବର୍ଷାରେ ଏଠାକାର ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ, ଗୁଣ୍ଟୁର ଓ କ୍ରିଷ୍ଣା ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେଠାକାର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ଇଷ୍ଟ ଓ ଓ୍ବେଷ୍ଟ ଗୋଦାବରୀ ଅଞ୍ଚଳରେ ହୋଇଥିବା ବନ୍ୟା ପରିସ୍ଥିତିର ସର୍ବେକ୍ଷଣ କରିଥିଲେ।

Share