ବନ୍ୟାପାଣିରେ ପୋଲ ଭୁଶୁଡ଼ିଲା

ପାଟପୁର,୬ା୯(ଡି.ଏନ.ଏ.)- ସାନଖେମୁଣ୍ଡି ଅଞ୍ଚଳରେ ବୁଧବାର ସନ୍ଧ୍ୟାରୁ ଜାରି ରହିଛି ଲଗାଣ ବର୍ଷା। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି ା ସମଗ୍ର ସାନଖେମୁଣ୍ଡି ଅଞ୍ଚଳ ଜଳମଗ୍ନ ହୋଇ ପଡିଛି ା ଗୁରୁବାର ବୁଦ୍ଧେଶ୍ୱର ଗ୍ରାମ ନିକଟ ରଘୁନାଥ ସାଗରରେ ବନ୍ୟାପାଣି ଆସି ପୋଚକା ପୋଲ ଧୋଇ ନେଇଛି। ଫଳରେ ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି। ପୋଲ ଭୁଶୁଡିବାବେଳେ ସେହିବାଟ ଦେଇ ଆସୁଥିବା ପାଟପୁର ରେଡ୍ଡୀ ସାହିର କୃଷ୍ଣ ଆଚାରୀ ବାଇକ ସହ ଭାସି ଯାଇଥିଲେ। ପ୍ରାୟ ୨୫ ମିଟର ଯିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ମାତ୍ର ବନ୍ୟା ପାଣିରେ ବାଇକଟି ଭାସି ଯାଇଛି। ପାଟପୁର ବ୍ଲକ ଅଞ୍ଚଳର ପ୍ରାୟ ୨୦୦ ହେକ୍ଟର ଚାଷଜମି ବର୍ଷା ଜଳରେ ବୁଡି ରହିଛି ା ସେହିପରି ଡେଙ୍ଗାଓସ୍ତା-ସିଙ୍ଗପୁର ରାସ୍ତାର ଏକ ପୋଲ ଉପରେ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେଉଛି। ନିକଟସ୍ଥ ଆଠ ଗ୍ରାମବାସୀ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡେଙ୍ଗାଓସ୍ତା, ପାଟପୁର ଭାୟା ପଳାଶପୁର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି ା ବିଭିନ୍ନ ବିଦ୍ୟାଳୟରେ ପାଣି ଜମି ରହିଛି। ତହସିଲଦାର ଅମିତ କୁମାର ନାୟକ, ବିଡିଓ ଶିବଶଙ୍କର ମିଶ୍ର, ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ବିଭିନ୍ନ ଗ୍ରାମାଞ୍ଚଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୁରୁବାର ସନ୍ଧ୍ୟା ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇ ନ ଥିବା ତହସିଲଦାର ଅମିତ କୁମାର ନାୟକ ସୂଚନା ଦେଇଛନ୍ତି। ସେହିପରି ପାଟପୁର ରାଧାଦେଇପୁର ମୁଖ୍ୟ ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନର୍ଦ୍ଦମା ପାଣି ବହୁ ଲୋକଙ୍କ ଘରେ ପଶିଛି।