ବନ୍ୟାପାଣିରେ ଫଟୋଶୁଟ୍‌ କରି ଟ୍ରୋଲ ହେଲେ ଏହି ମଡେଲ

ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୫ଟି ଜିଲାରେ ରେଡ୍‌ ଆଲର୍ଟ ଜାରିହୋଇଛି। ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। କିନ୍ତୁ ପାଟନାର ଜଣେ ମଡେଲ ବନ୍ୟାପାଣିରେ ଫଟୋଶୁଟ୍‌ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ମଡେଲ ଅଦିତୀ ସିଂହ। ଯେଉଁସ୍ଥାନରେ ପ୍ରବଳ ବର୍ଷା ହୋଇଛି ସେଠି ଅଦିତୀ ଠିଆ ହୋଇ ଫଟୋ ଉଠାଇଛନ୍ତି। ସୋସିଆଲ ମିଡିିଆରେ ଏହି ଫଟୋ ଭାଇରାଲ ହେବା ପରେ ୟୁଜରମାନେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

ଫଟୋରେ ସେ ଏକ ଲାଲ୍‌ ରଙ୍ଗର ଡ୍ରେସ୍‌ ପିନ୍ଧି ପାଣି ଭିତରେ ପଶି ଭିନ୍ନ ଭିନ୍ନ ଢଙ୍ଗରେ ଫଟୋ ଉଠାଇଛନ୍ତି। ଏହି ଫଟୋ ଦେଖିବା ପରେ କିଛି ଲୋକ ଫଟୋଗ୍ରାଫର ଏବଂ ଅଦିତୀଙ୍କୁ ପ୍ରଶ୍ନ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ବନ୍ୟାରେ ପାଟନା ଭାସୁଥିବାବେଳେ ତୁମେ କେମିତି ଏ ଫଟୋ ଉଠାଇଛ?

ଏହି ଫଟୋଟିକୁ ଫଟୋଗ୍ରାଫର ସୌରଭ ଅନୁରାଜ ନିଜ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏହା ପରେ ସୌରଭ ସଫେଇ ଦେଇଛନ୍ତି ଯେ, ଏଠାରେ ବନ୍ୟା ପରିସ୍ଥିତି କିପରି ରହିଛି ଲୋକଙ୍କୁ ଦେଖାଇବା ପାଇଁ ଏପରି ଫଟୋ ଉଠାଯାଇଛି। କାରଣ ଫଟୋ ଦେଖିବା ପରେ ସମଗ୍ର ଦେଶର ଲୋକେ ବନ୍ୟା ସମ୍ପର୍କରେ ଖବର ପାଇବେ। ଏହା କୌଣସି ଅଲଗା ଉଦ୍ଦେଶ୍ୟ ରଖି ଉଠାଯାଇନାହିଁ।

Share