Posted inଜାତୀୟ

ବନ୍ୟାରେ ଅନ୍ତିମ ସଂସ୍କାର ପାଇଁ ବାହାରିଲେ ପରିବାର ସଦସ୍ୟ: ଦୌଡ଼ି ଆସି ବିଧାୟକ ଦେଲେ କାନ୍ଧ

ଭୋପାଳ,୧୭।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ସ୍ଥାନୀୟ ରୟୋପୁରରେ ପାର୍ବତୀ ନଦୀରେ ବନ୍ୟା ଜଳ ଆସିଛି। ଫଳରେ ମାଧୋପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ଥିବା ପାଲି ଜାତୀୟ ରାଜପଥର ଚନ୍ଦେଲୀ ପୋଲ ବନ୍ୟା ଜଳରେ ବୁଡ଼ି ଯାଇଛି। ଏହି ଅଞ୍ଚଳରେ ଥିବା ସୋଇଙ୍କଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବାରୁ ପରିବାର ସଦସ୍ୟ ତାଙ୍କର ଅନ୍ତିମ ସଂସ୍କାର ପାଇଁ ୪ ଫୁଟ ବନ୍ୟା ଜଳରେ ମୃତ ଦେହକୁ ହସ୍ପିଟାଲରୁ ଗାଁକୁ ବୋହି ନେଉଥିଲେ। କିଛି ଦୂରରେ ବନ୍ୟା ସ୍ଥିତି ତଦାରଖ କରୁଥିବା ବିଧାୟକ ବାବୁ ଜଣ୍ଡେଲ୍‌ ଏହା ଦେଖି ତତ୍‌କ୍ଷଣାତ୍‌ ବନ୍ୟା ଜଳରେ ପଶି କାନ୍ଧରେ ଏହାକୁ ବୋହିଥିଲେ। ଏହା ସହିତ ଅନ୍ତିମ ସଂସ୍କାର ଲାଗି ଗାଁକୁ ମୃତଦେହକୁ ନେବା ପାଇଁ ବିଧାୟକ ବ୍ୟବସ୍ଥା କରିଥିଲେ। ବିଧାୟକ ମୃତଦେହ ବୋହିବାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ଖଣିରେ ବନ୍ୟାପାଣି: ୩ ମୃତ

ଗୁଆହାଟୀ,୮।୧: ଆସାମର ଦିମା ହସାଓ ଜିଲା ଉମ୍ରାଙ୍ଗସା ଅଞ୍ଚଳରେ ଥିବା କୋଇଲା ଖଣିରେ ସୋମବାର ଅଚାନକ ବନ୍ୟାପାଣି ପଶିଯିବାରୁ ଏହା ଭିତରେ ଥିତ୍ବା ଶ୍ରମିକମାନେ ବାହାରି...

ଆଶାରାମଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ, ୮।୧: ବିବାଦୀୟ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁ(୮୬)ଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଆଶାରାମଙ୍କ ବୟସ ଓ ତାଙ୍କ ସ୍ବାସ୍ଥ୍ୟଜନିତ ସମସ୍ୟାକୁ...

ଖସିପାରେ ଦେଶର ଅଭିବୃଦ୍ଧି: ଜିଡିପି ୪ ବର୍ଷର ସର୍ବନିମ୍ନ ସ୍ତର ୬.୪% ଛୁଇଁବା ଅନୁମାନ

ନୂଆଦିଲ୍ଲୀ, ୮ା୧:ଆସନ୍ତା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବା ୨୦୨୪-୨୫ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ୬.୪ ପ୍ରତିଶତକୁ ଖସିପାରେ, ଯାହାକି କୋଭିଡ୍‌-୧୯ ପରେ ସର୍ବନିମ୍ନ ସ୍ତର।...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ ନିର୍ମାଣ କରିବେ କେନ୍ଦ୍ର ସରକାର; ଝିଅ PM ମୋଦିଙ୍କୁ କହିଲେ ଥ୍ୟାଙ୍କ ୟୁ…

ନୂଆଦିଲ୍ଲୀ,୭।୧: ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂଙ୍କ ପରଲୋକ ପରେ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ କରିବା ଲାଗି କଂଗ୍ରେସ ଦାବି କରିଆସୁଛି। ଏହାକୁ...

ପୁଣି ଆରଜି କର ମେଡିକାଲ ଭଳି ଘଟଣା! ଜୁନିୟର ଡାକ୍ତରଙ୍କୁ ହସ୍ପିଟାଲରେ ବଳାତ୍କାର

ଗଓ୍ବାଲିଅର,୭।୧: ମଧ୍ୟପ୍ରଦେଶ ଗୱାଲିଅରରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। କୋଲକାତା ଆରଜି ମେଡିକାଲ ଘଟଣା ପରେ ଗଓ୍ବାଲିଅରର ଏହି ଘଟଣା ସମସ୍ତଙ୍କର ଛାତି ଥରେଇ...

ମାଗଣା ଯୋଜନା ପାଇଁ ଟଙ୍କା ଅଛି ହେଲେ ବିଚାରପତିଙ୍କ ଦରମା ପାଇଁ… ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ

ନୂଆଦିଲ୍ଲୀ,୭।୧: କେନ୍ଦ୍ର ସରକାରଙ୍କୁ କଡା ଛାଟ ଦେଇଛନ୍ତି ସୁପ୍ରିମକୋର୍ଟ। ଜିଲା କୋର୍ଟ ବିଚାରପତିଙ୍କ ଦରମା ଏବଂ ପେନଶନକୁ ନେଇ ସରକାରଙ୍କ ମନୋଭାବ ସୁପ୍ରିମକୋର୍ଟଙ୍କୁ ନିରାଶ କରଛି।...

‘ଦିଲ୍ଲୀରେ ମୋଦିଙ୍କର ୨୭୦୦ କୋଟିର ରାଜମହଲ; ଦିନରେ ୩ ଥର ପୋଷାକ ବଦଳାଉଛନ୍ତି, ୧୦ ଲକ୍ଷ ଟଙ୍କିଆ କଲମରେ ଲେଖୁଛନ୍ତି’

ନୂଆଦିଲ୍ଲୀ,୭।୧: ଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା ହେବାର ପରେ ପରେ ଆମ୍‌ ଆଦ୍‌ମୀ ପାର୍ଟୀର ବଡ଼ ନେତାମାନେ ଖବରଦାତା ସମ୍ମିଳନୀ କରି କେନ୍ଦ୍ର ସରକାର ଏବଂ...

୧୮୦ ସ୍ପିଡ୍‌ରେ ପିଟିହେଲା ଅଭିନେତା ଅଜିତଙ୍କ କାର୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୭।୧: ଦୁର୍ଘଟଣାର ଶିକାର ହୋଇଛନ୍ତି ତାମିଲ ଅଭିନେତା ଅଜିତ କୁମାର। ଦୁବାଇର ୨୪ ହାୱାର ରେସ୍ ୨୦୨୫ ପାଇଁ ପ୍ରସ୍ତୁତି କରୁଥିବା ସମୟରେ ଏହି ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri