Categories: ଜାତୀୟ

ବନ୍ୟାରେ ଦେଖୁ ଦେଖୁ ଭାସିଗଲା ଘର, କିନ୍ତୁ ବଞ୍ଚାଇଲେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

ପୁଣେ, ୧୯।୮: ମହାରାଷ୍ଟ୍ରରେ କିଛିଦିନ ହେବ ଲଗାତର ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟାରେ ପାଖାପାଖି ୫୦୦ ଗ୍ରାମ ପ୍ରଭାବିତ ହୋଇଛି। ୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସେଠାରେ ବନ୍ୟା ପ୍ରପୀଡିତଙ୍କ ପାଇଁ ଦେବଦୂତ ସାଜିଛନ୍ତି ରାମଦାସ ଉମାଜୀ। ସେ ଜଣେ କୈବର୍ତ୍ତ। ଆଖି ଆଗରେ ନିଜ ଘର ବନ୍ୟାରେ ଭାସିଯିବାର ଦେଖିଥିଲେ ସେ। କିନ୍ତୁ ଏହାକୁ ଖାତିର୍‌ ନ କରି ନିଜ ଜୀବନକୁ ବାଜି ଲଗାଇ ଶହ ଶହ ଜୀବନ ରକ୍ଷା କରିଥିଲେ ରାମଦାସ। ବନ୍ୟାରେ ଫଶିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାରେ ସେ ସହାୟତା ଦେଇଥିଲେ। ଏମିତି ସେ ୫୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ସେ ବଞକଚାଇପାରିଥିଲେ।

Share