Categories: ଜାତୀୟ

ବନ୍ୟାରେ ଫଶିଲା ଜାଗୁଆର କାର: କମ୍ପାନୀକୁ ଟ୍ରଲ କଲେ ଲୋକେ

ମୁମ୍ବାଇ,୬।୯: ବନ୍ୟା ଯୋଗୁ ବେହାଲ ହୋଇପଡ଼ିଛି ମାୟାନଗରୀ। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ବର୍ଷା ଯୋଗୁ ସହର ଏବେ ପାଣି ଘେରରେ ଥିବା ବେଳେ, ଟ୍ରାଫିକ୍‌ ଜାମ୍‌, ରେଲଓ୍ବେ ଲାଇନ୍‌ରେ ପାଣି, ବିମାନ ଉଡାଣରେ ବିଳମ୍ବ, ସ୍କୁଲ କଲେଜ ବନ୍ଦ ପ୍ରମୁଖ ସମସ୍ୟା ଦେଖାଦେଇଛି। ଏଥିସହ ରାସ୍ତାରେ ପାଣି ଜମା ହୋଇଥିବାରୁ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ବଡ଼ ବଡ଼ ଗାଡି ଗୁଡିକ ମଧ୍ୟ ଏକ ପ୍ରକାର ବୁଡ଼ିଯାଇଥିବା ଦେଖିବାକୁ ମିଳିଛି। ନାମିଦାମୀ ଗାଡ଼ି ଜାଗୁଆର କାର ବୁଡିଯାଉଥିବା ବେଳେ ସେହି କମ୍ପାନୀର ବୋଲେରୋ ପାଣି ଭିତରୁ ବାହାରିଯାଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଆନନ୍ଦ ମହିନ୍ଦ୍ରାଙ୍କୁ ଟ୍ୟାଗ କରି ଟ୍ରଲ  କରଛନ୍ତି। ଏହାର ଜବାବରେ ମହିନ୍ଦ୍ରାର ଅଧ୍ୟକ୍ଷ ଦୁଇ କାରର ତୁଳନା କରିବା ଅନୁଚିତ୍‌ ବୋଲି କହିଛନ୍ତି।

Share