Categories: ଜାତୀୟ

ବନ୍ୟାରେ ଯବାନଙ୍କ କାମଦେଖି ସାଲ୍ୟୁଟ କଲେ କୁନିଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୯: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ତେବେ ଏହି ସମୟରେ ଏକ ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ କୁନିଝିଅ ଯବାନଙ୍କୁ ସାଲ୍ୟୁଟ କରିବା ସହ କହିଛନ୍ତି, ‘ଆପଣ ବହୁତ ଭଲ କାମ କରୁଛନ୍ତି’। ଏହି ଭିଡିଓଟି ଏବେ ଭାଇରାଲ ହେବା ସହ କୁନିଝିଅଟିର ଚିନ୍ତାଧାରାକୁ ପ୍ରଶଂସା କରାଯାଉଛି। ଏହି ଭିିଡିଓଟି ମହାରାଷ୍ଟ୍ର ସାଙ୍ଗଲିର ଗାଓଁବାଗର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ଗମ୍ଭିର ଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ସପ୍ତାହେ ତଳେ କୋହ୍ଲାପୁର, ସାଙ୍ଗଲି, ସତାରା, ଠାଣେ, ପୁଣେ, ନାସିକ, ପାଲଘର, ରତ୍ନାଗିରୀ, ରାୟଗଡ ଓ ସିନ୍ଧୁଦୁର୍ଗ ଜିଲାରେ ଲଗାଣ ବର୍ଷା ଫଳରେ ବନ୍ୟା ସୃଷ୍ଟି ହୋଇଛି। ଏଠାରେ ଉଦ୍ଧାର କାର୍ଯ୍ୟପାଇଁ ଏନ୍‌ଡିଆର୍‌ଏଫ୍‌, ନୌସେନା, ସେନା ଆଦିଙ୍କୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି।

Share