ବନ୍ୟାରେ ୧୨ ପାନୀୟ ଜଳ ପ୍ରକଳ୍ପ କ୍ଷତିଗ୍ରସ୍ତ

ସୋନପୁର,୧୮।୮(ନି.ପ୍ର.):ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ବ୍ୟାପକ କ୍ଷତି ଘଟିଛି। ପାଣି ଜମି ରହିବା ଫଳରେ ହଜାର ହଜାର ଏକର ଚାଷ ପଚି ନଷ୍ଟ ହୋଇଛି। ଜମିରେ ବାଲି ମାଡି ଯାଇଛି। ବହୁ ଲୋକ ବାସସ୍ଥାନ ହରାଇଛନ୍ତି। କୋଟିକୋଟି ଟଙ୍କାର ରାସ୍ତା ଓ ପୋଲ ଭାଙ୍ଗିଛି। ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ତରଭା ବ୍ଲକ ଓ ସହରର କ୍ଷତି ଅଭୂତପୂର୍ବ। ସହରର ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଣିରେ ଭିଜି ନଷ୍ଟ ହୋଇଛି। ଛୋଟ ବଡ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଛନ୍ତି। ୯୫ ପ୍ରତିଶତ ବ୍ୟବସାୟୀ ବୀମା କରି ନଥିବାରୁ ସହାୟତା ମିଳିବା ନେଇ ସନ୍ଦେହ ଉପୁଜିଛି। ପ୍ରଶାସନ କ୍ଷୟକ୍ଷତିର ଆକଳନ କରୁଛି। ତେବେ ବନ୍ୟା ଯୋଗୁଁ ଜିଲାର ୧୨ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି । ତରଭା ସହରକୁ ଜଳ ଯୋଗାଣ କରୁଥିବା ଜନସ୍ବାସ୍ଥ୍ୟ ବିଭାଗର ପାଇପ ଜଳଯୋଗାଣ ପ୍ରକଳ୍ପଟିର ୩ଟି ସ୍ଥାନରେ କ୍ଷତି ହୋଇଛି। ୫ ଦିନ ପରେ ମଧ୍ୟ ଏହାର ମରାମତି ସରି ନଥିବାରୁ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଉନାହାନ୍ତି। ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେଉଥିଲେ ହେଁ ଏହା ଯଥେଷ୍ଟ ହେଉନି। ରବିବାର ରାତି ସୁଦ୍ଧା ତରଭା ସହରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ ବୋଲି ଜନସ୍ବାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଇନ୍ଦ୍ରଜିତ ସାହୁ କହିଛନ୍ତି। ସେହିପରି ଜିଲାର ୧୨ଟି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ବନ୍ୟା ଯୋଗୁଁ କ୍ଷତି ହୋଇଛି। ତରଭା ବ୍ଲକର ଘାଟକଇଁତରା, ମରାଡୁଗୋଛା, ତୁଲୁଣ୍ଡା, ସରଗଜ, ବ୍ରାହ୍ମଣୀ, ସିଣ୍ଢୋଲ, ଭୁରାଡ, ଦେଉଳପଦର, ମେଣ୍ଡା ଏବଂ ସୋନପୁର ବ୍ଲକର ମାଲିଶ୍ରୀଗୁଡି, ତରେଇକେଲା, ମାଟିକୁଡ ଓ ବୈଦ୍ୟନାଥ ପାନୀୟ ଜଳ ପ୍ରକଳ୍ପର କ୍ଷତି ହୋଇଥିବା ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ନିର୍ବାହୀଯନ୍ତ୍ରୀ ଇଂ. ବିପିନ ବିହାରୀ ଦାଶ କହିଛନ୍ତି। ପ୍ରଖର ଜଳସ୍ରୋତରେ କେତେକ ପ୍ରକଳ୍ପର ଓଭରହେଡ ଟାଙ୍କିର ଭିତ୍ତି ଦୋହଲି ଯାଇଥିବା ବେଳେ ଆଉ କେତେକ ପ୍ରକଳ୍ପର ଇନଟେକ୍‌ ୱେଲରେ ବାଲି ପୋତି ହୋଇଯାଇଛି। ଏହି ସବୁ ପ୍ରକଳ୍ପ ବନ୍ଦ ହେବା ଫଳରେ ୫ ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି । ପ୍ରଶାସନ ପକ୍ଷରୁ ଏହି ୧୨ଟି ଗ୍ରାମକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳଯୋଗାଣ କରାଯାଉନି। ଫଳରେ ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହେଉଛି। ବନ୍ୟା ଛାଡିଯିବା ପରେ ଏହି ସବୁ ଅଞ୍ଚଳରେ କୁଢକୁଢ ଆବର୍ଜନା ପୁତିଗନ୍ଧମୟ ପରିବେଶ ସୃଷ୍ଟି କରିଛି। ଶନିବାର ଓ ରବିବାର ଝିପିଝିପି ବର୍ଷା ପରିମଳ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଛି । ଏଭଳି ସ୍ଥିତିରେ ବିପନ୍ନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆ ନଗଲେ ଝାଡାବାନ୍ତି ବ୍ୟାପିବାର ସମ୍ଭାବନାକୁ ଏଡାଇ ଦେଇ ହେଉନାହିଁ । ପ୍ରଶାସନ ଏ ଦିଗରେ ତତ୍ପରତା ପ୍ରକାଶ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଏମ୍‌ ଡିଆଇସି

ସୋନପୁର,୨୧।୧୨(ମୃତ୍ୟୁଞ୍ଜୟ ଶତପଥୀ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ(ପିଏମ୍‌ଇଜିପି)ରେ ଋଣ ଆବେଦନକୁ ମଞ୍ଜୁର ପାଇଁ ଲାଞ୍ଚ ନେଉଥିବା ବେଳେ ଶନିବାର ସୁବର୍ଣ୍ଣପୁର ଜିଲା ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ(ଜିଏମ୍‌...

କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ କାରାଦଣ୍ଡ: ଲାଞ୍ଚ ମାମଲାରେ ରାୟ ପ୍ରକାଶ

ସୋନପୁର,୧୯।୧୨(ମୃତ୍ୟୁଞ୍ଜୟ ଶତପଥୀ): ଲାଞ୍ଚ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ତରଭାର ତତ୍କାଳୀନ ତହସିଲଦାର ଓ ସବ୍‌ରେଜିଷ୍ଟ୍ରାର...

ରାସ୍ତାକଡ଼ରୁ ଅଧାପୋତା ଶିଶୁକନ୍ୟା ଉଦ୍ଧାର

ବିନିକା, ୧୫ା୧୨(ରାମ ଗୋପାଳ ବାଘ): ଝିଅକୁ ଆଜି ବି ଅନେକେ ଅଲୋଡ଼ା ମନେ କରୁଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା...

ପାକ୍ସ ସମ୍ପାଦକଙ୍କୁ ୪ ବର୍ଷ ଜେଲ

ସୋନପୁର,୬।୧୨(ମୃତ୍ୟୁଞ୍ଜୟ ଶତପଥୀ): ସରକାରୀ ଅର୍ଥ ଆତ୍ମସାତ ମାମଲାର ବିଚାରକରି ବଲାଙ୍ଗୀର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍‌ ମଳୟ ରଞ୍ଜନ ଦାଶ ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ କଳାପଥର...

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ: ୧୧ ସ୍ଥାନରେ ଚଢାଉ

ସୋନପୁର, ୨୦।୧୧(ମତ୍ୟୁଞ୍ଜୟ ଶତପଥୀ):ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲା ଯୋଗାଣ ଅଧିକାରୀ(ସିଏସଓ) ସୁରେଶ କୁମାର ପାଣିଗ୍ରାହୀ l ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ରାତିରୁ...

ଧାନ କିଣାକୁ ନେଇ ଦ୍ୱନ୍ଦ…

ସୋନପୁର,୧୫l୧୧(ମୃତ୍ୟୁଞ୍ଜୟ ଶତପଥୀ): ଖରିଫ ଧାନ କିଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ପଷ୍ଟ ସୂଚନା ନାହିଁ l ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଟଙ୍କା ଓ...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ କୁମୁଣ୍ଡେ ଗ୍ରାମବାସୀ

ଲୋଇସିଂହା,୧୨।୧୧(ସୁଶାନ୍ତ ବାରିକ): ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ କୁମୁଣ୍ଡେ ସରକାରୀ ଉଚ୍ଚ ବିଦ୍ୟାଳୟରେ ଲାଗି ରହିଥିବା ବିବାଦ ସମାଧାନ ହେବାର ନେଉନାହିଁ। ଶିକ୍ଷା ବିଭାଗ ଆନ୍ତରିକତା...

ପାତାଳି ଶ୍ରୀକ୍ଷେତ୍ରରୁ ଶ୍ରୀଜୀଉଙ୍କ ପାଖକୁ ଗଲା ତୁଳସୀ

ସୋନପୁର,୧୦।୧୧(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୧୨ ତାରିଖ ମଙ୍ଗଳବାର କାର୍ତ୍ତିକ ଏକାଦଶୀ। ଜଗନ୍ନାଥଙ୍କ ଦୁର୍ଲଭ ବେଶ। ଏହି ଦିନ ପୁରୀ ଶ୍ରୀଜୀଉଙ୍କଠାରେ ଲାଗିହେବ ଫୁଲ ଓ ତୁଳସୀ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri