ବନ୍ୟାସ୍ଥିତି ନିୟନ୍ତ୍ରଣାଧୀନ: ମନ୍ତ୍ରୀ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଲଗାଣ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ତେବେ ବନ୍ୟାସ୍ଥିତି ନିୟନ୍ତ୍ରଣରେ ଥିବା ଗୁରୁବାର ବିପର୍ଯ୍ୟୟ ଓ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି। ସେ କହିଛନ୍ତି, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ଫୁଲବାଣୀରେ ସମୀକ୍ଷା କରିଛି। ଆକାଶମାର୍ଗରୁ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ସ୍ଥିତି ପରଖିଛି। ଏବେ ବନ୍ୟାସ୍ଥିତିକୁ ନେଇ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ମଧ୍ୟ ଖୋଲା ଯାଇଥିବା ସେ କହିଛନ୍ତି।

ପ୍ରକାଶଥାଉ କି, ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମ୍‌ ଗେଟ୍‌ ଖୋଲାଯିବା ହେତୁ ଗତ ଦୁଇ ଦିନ ଧରି ରାଜ୍ୟର କେତେକ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ ମଧ୍ୟ ବର୍ଷା ସମ୍ଭାବନା ଥିବାରୁ ବିଶେଷକରି ଉତ୍ତର ଓଡ଼ିଶାର କେତେକ ନଦୀରେ ବନ୍ୟା ଆସିବା ଆଶଙ୍କା ପ୍ରକାଶ ପାଇଛି।

Share