ପାଟନା.୨୦।୭: ବିହାରରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଏଠାରେ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ମୃତ୍ୟୁ ସଂଖ୍ୟା ୮୦ ଛୁଇଁଲାଣି। ଏପରି ସ୍ଥଳେ ଆର୍ଜେଡି ନେତା ତେଜସ୍ବୀ ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରି କହିଛନ୍ତି, ବିହାରର ବନ୍ୟା ପରିସ୍ଥିତିକୁ ଜାତୀୟ ବିପତ୍ତି ଘୋଷଣା କରିବା ସହ ୧୦ ହଜାର କୋଟିର ସହାୟତା ପ୍ରଦାନ କରାଯାଉ।