ଭଦୋଦରା,୨୪।୮: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଏଥିରୁ ବାଦ୍ ପଡି ନ ଥିଲା ଗୁଜରାଟ। ଏଠାରେ ଆସିଥିବା ବନ୍ୟାରେ ଗୁଜରାଟର ଅଧିକାଂଶ ସ୍ଥାନରେ ବନ୍ୟା ହେବା ସହ ଲକ୍ଷ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ। କେବଳ ମଣିଷ ନୁହେଁ ଅନେକ ଜୀବଜନ୍ତୁ ଓ ସରିସୃପ ମଧ୍ୟ ଏଥିରେ ପ୍ରଭାବିତ ହୋଇଥିଲେ। ତେବେ ଗୁଜରାଟ ବନ୍ୟା ପରେ ଏବେ ବନ୍ୟ ବିଭାଗ ଅଧିକାରୀ ପାଖାପାଖି ୫୨ଟି କୁମ୍ଭୀର ଉଦ୍ଧାର କରିଥିବା ସୂଚନା ମିଳିଛି। ଏହି କୁମ୍ଭୀରଙ୍କୁ ଉଦ୍ଧାର କରାଯାଇ ପୁଣିଥରେ ସେମାନଙ୍କ ପୁରୁଣା ସ୍ଥାନ ବିଶ୍ୱାମିତ୍ରୀ ନଦୀରେ ଛାଡି ଦିଆଯାଇଛି। ସୂଚନାଯୋଗ୍ୟ, ଗୁଜରାଟରେ ଆସିଥିବା ବନ୍ୟା ଫଳରେ ବଡ ବଡ କୁମ୍ଭୀର ଜନବସତି ଭିତରକୁ ପଶି ଆସିଥିବା ବେଳେ ଘରର ଛାତ ଉପରେ ଶୋଇଥିବା ନଜର ଆସିଥିଲା।