Categories: ଜାତୀୟ

ବନ୍ୟା ପରେ ଏବେ ଚିନ୍ତାରେ ପକାଇଛି ଡେଙ୍ଗୁ

ପାଟନା,୬।୧୦: ବିହାରରେ ଚଳିତ ବର୍ଷ ବନ୍ୟାରେ ଅଧିକାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ବନ୍ୟାରେ ଏପର୍ଯ୍ୟନ୍ତ ପାଖାପାଖି ୧୬୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କିନ୍ତୁ ଏହାପରେ ଏବେ ସମସ୍ୟା ହୋଇ ଠିଆ ହୋଇଛି ମହାମାରୀ। ଏବେ ଏଠାରେ ଡେଙ୍ଗୁ ରୋଗଙ୍କ ସଂଖ୍ୟା ୭୭୫ ଛୁଇଁଲାଣି ବୋଲି କୁହାଯାଉଛି। ସେଥିମଧ୍ୟରୁ କେବଳ ପାଟନାରେ ୫୨୦ ଜଣ ଡେଙ୍ଗୁ ରୋଗୀ ବୋଲି ଜଣାପଡିଛି। ସେହିପରି ଚିକନଗୁନିଆରେ ୭୦ରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

Share