Categories: ଜାତୀୟ

ବନ୍ୟା ପରେ ଏବେ ଭୂକମ୍ପରେ ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୧୩।୮: ବନ୍ୟାର ବିଭିଷିକା ପରେ ଏବେ ମହାରାଷ୍ଟ୍ରରେ ଭୂକମ୍ପ ଦେଖାଦେଇଛି। ମଙ୍ଗଳବାର ମହାରାଷ୍ଟ୍ରର ପାଲଘର ଜିଲାରେ ୩.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ବେଳେ ମୃତାହତଙ୍କ ସମ୍ପର୍କରେ ମଧ୍ୟ କୌଣସି ସୂଚନା ମିଳିନାହିଁ। ସୂଚନାଯୋଗ୍ୟ, ଚଳିତବର୍ଷ ବନ୍ୟାରେ ମହାରାଷ୍ଟ୍ରରେ ବହୁ ପରିମାଣରେ କ୍ଷୟକ୍ଷତି ହୋଇଥିବା ବେଳେ ଏପର୍ଯ୍ୟନ୍ତ ସରକାରୀ ଭାବେ ପ୍ରାୟ ୪୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୩ ନିଖୋଜ ଅଛନ୍ତି। ୫ଟି ଜିଲାରେ ବନ୍ୟା ତାଣ୍ଡବ ରଚିଥିବା ବେଳେ ପ୍ରାୟ ୫୮୪ ଗାଁରୁ ୪,୭୪,୨୨୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ପାଇଁ ପ୍ରାୟ ୫୬୯ ଅସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି।

Share