Advertisement
Categories: ଜାତୀୟ

ବନ୍ୟା ପାଣିରେ ଫଶିଗଲେ ରିକ୍ସା ଚାଳକ, ଭୋ ଭୋ ହୋଇ କାନ୍ଦି ଜୀବନ ବଦଳରେ ବଞ୍ଚାଉଛନ୍ତି ରିକ୍ସା

ପାଟନା, ୨୯।୯: ବିହାରରେ ଗତ ଦୁଇଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସାମ୍ନା କରୁଛନ୍ତି। ଘରେ ବନ୍ୟା ପାଣି ପଶିଯିବାରୁ ଲୋକଙ୍କ ଆସବାବପତ୍ର ସବୁ ଭାସି ଯାଇଛି। ଏସବୁ ଭିତରେ ରବିବାର ସେଠାରୁ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି। ଜଣେ ରିକ୍ସା ଚାଳକ ବନ୍ୟା ପାଣିରେ ପଶିଯାଇ ନିଜ ଜୀବନ ବଦଳରେ ରିକ୍ସା ବଞ୍ଚାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ରାଷ୍ଟୀୟ ଜନତା ଦଳ(ଆରଜେଡି)ର ଟୁଇଟରରେ ଏହି ଭିଡିଓଟି ଶେୟାର କରାଯାଇଛି। ଭିଡିଓଟି ପାଟନା ସହରର ବୋଲି ଜଣାପଡିଛି। ଭିଡିଓ କରୁଥିବା ଲୋକମାନେ ଚାଳକଙ୍କୁ ରିକ୍ସା ଛାଡି ପଳେଇ ଆସିବା ପାଇଁ ଯେତେ କହୁଥିଲେ ମଧ୍ୟ, ସେ କାନ୍ଦି କାନ୍ଦି ନିଜ ରିକ୍ସାକୁ ଜାବୁଡି ଧରିଥିବାର ଭିଡିଓରେ ଦେଖାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share