ବନ୍ୟା ପାଣିରେ ସେଲ୍‌ଫି ନେବା ମହଙ୍ଗା ପଡିଲା: ଭିଡିଓ ଭାଇରାଲ

ବୋନିସ,୨୬।୧୧: ଇଟାଲିର ବୋନିସ ସହରରେ ବନ୍ୟା ଜଳରେ ପଶି ଜଣେ ଯୁବକ ସେଲଫି ନେବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହାତରେ ସେଲଫି ଷ୍ଟିକ୍‌ ନେଇ ଦୁଇ ଚାରି ପାଦ ଆଗକୁ ଯାଉଥିବା ବେଳେ ପାଣି ଭର୍ତ୍ତି ଏକ ଖାଲରେ ଗଳି ପଡୁଥିବା ଦେଖାଯାଇଛି। ଏହି ଭିଡିଓଟି ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ଏବେ ପର୍ଯ୍ୟନ୍ତ ଏହାକୁ ୫ଲକ୍ଷ ୟୁଜର୍ସ ଦେଖି ସାରିଥିବା ବେଳେ ୨୬ ହଜାର ଲାଇକ୍ସ ମିଳି ସାରିଛି। ସୂଚନାଯୋଗ୍ୟ, କିଛିଦିନ ତଳେ ଇଟାଲିର ବୋନିସ ସହରରେ ଭୀଷଣ ବନ୍ୟା ଆସିଥିଲା। ୫୦ ବର୍ଷ ପରେ ଏମିତି ବନ୍ୟା ଆସିଥିବା ଲୋକେ କହୁଥିଲେ।

 

Share