Categories: ଜାତୀୟ

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଡଙ୍ଗା ସହ ନଦୀରେ ବୁଡ଼ିଗଲେ ଭାଜପା ଏମ୍‌ପି

ପାଟନା,୩।୧୦: ବିହାର ପାଟନା ପାଟଳିପୁତ୍ରର ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ବୁଧବାର ଗାନ୍ଧୀ ଜୟନ୍ତୀ ଅବସରରେ ଯାଦବଙ୍କ ନିର୍ବାଚନ ମଣ୍ଡଳୀରେ ‘ଗାନ୍ଧୀ ସଂକଳ୍ପ ଯାତ୍ରା’ କାର୍ଯ୍ୟକ୍ରମ ଆୟୋଜନ ହେବାର ଥିଲା। ହେଲେ ବନ୍ୟା ଯୋଗୁ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଏହାପରେ ସେ ସନ୍ଧ୍ୟାରେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ ପାଇଁ ଯାଇଥିଲେ। ଗସ୍ତ ସମୟରେ ଦରଧା ନଦୀରେ ରାମକ୍ରିପାଲଙ୍କ ଡଙ୍ଗାଟି ହଠାତ୍‌ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା। ସଙ୍ଗେ ସଙ୍ଗେ କୂଳ ନିକଟରେ ଥିବା ଲୋକେ ରାମକ୍ରିପାଲଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share