Categories: ଜାତୀୟ

ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କର୍ମୀମାନେ ଯେଉଁଭଳି ଭାବେ ଜଣେ ମହିଳା ବନ ଅଧିକାରୀଙ୍କୁ ଆକ୍ରମଣ କଲେ ତାକୁ ନେଇ କାହିଁକି ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁ ନାହାଁନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ବରିଷ୍ଠ ଭାଜପା ନେତା କ୍ରିଷ୍ଣା ସାଗର ରାଓ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କେସିଆର୍‌ ସରକାର ନିଜ ହାତମୁଠାରେ ରଖିବା ଭଳି ମନେ ହେଉଛି। କାରଣ ତାଙ୍କ ଦଳର କର୍ମୀମାନେ ଏବେ ଆଇନକୁ ନିଜ ହାତକୁ ନେଇ ଜଣେ ମହିଳା କର୍ମଚାରୀଙ୍କୁ ଯେଭଳି ଆକ୍ରମଣ କରିଛନ୍ତି ତାହା ନିନ୍ଦନୀୟ। ଏହାସହ ରାଜ୍ୟରେ ଦିନକୁ ଦିନ ଆସାମାଜିକ କାର୍ଯ୍ୟକଳାପ ବଢିଯାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।

Share