ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି

ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ ଦଳି ମାରିବା ପରେ ଗତ ଦୁଇ ସପ୍ତାହ ମଧ୍ୟରେ ଓଡ଼ାପଡ଼ା ବ୍ଲକ ଅଞ୍ଚଳର ୩ ଜଣଙ୍କ ଜୀବନ ନେଲାଣି ଏହି ହାତୀ। ଏହାକୁ ନେଇ ଚିନ୍ତାରେ ପଡ଼ିଥିବା ବନ ବିଭାଗ ସମାଧାନର ବାଟ ପାଉ ନ ଥିବାବେଳେ ଏବେ ଲଦି ହୋଇଛି ଆଉ ଏକ ସମସ୍ୟା। ବନ ବିଭାଗ ପକ୍ଷରୁ ଦନ୍ତାକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଛଡ଼ାଯିବା ଅନୁରୋଧକୁ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷ ନା କରିଦେଇଛନ୍ତି। ଏହାପରେ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ଏକମାତ୍ର ବିକଳ୍ପ ହୋଇଛି।
ଉକ୍ତ ଦନ୍ତା ବର୍ଷେ ହେଲା ପରଜଙ୍ଗ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିବା ପରେ ତାଳଚେରରେ ପ୍ରବେଶ କରି ଗୋଟିଏ ଦିନରେ ୫ଜଣଙ୍କ ଜୀବନ ନେଇଥିଲା। ଏହାପରେ ହାତୀ ଓଡ଼ାପଡ଼ା ବ୍ଲକକୁ ଫେରିଆସିଛି। ଗତ ଦୁଇ ସପ୍ତାହରେ ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଲାଣି। ଗଇଲୋ, ଓଡ଼ାପଡ଼ା, ଗୁଣୁଦେଇ ଅଞ୍ଚଳରେ ଦନ୍ତା ଆତଙ୍କ ଚରମସୀମାରେ ପହଞ୍ଚତ୍ଛି। ହାତୀ ଭୟରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ସକାଳ ଏବଂ ସନ୍ଧ୍ୟା ସମୟରେ ଗ୍ରାମ ରାସ୍ତାରେ ଚଳପ୍ରଚଳ ଏକପ୍ରକାର ବନ୍ଦ ହୋଇଯାଉଛି। ଭୟଭୀତ ଲୋକେ ଆମ୍ବ, କାଜୁ ବଗିଚାକୁ ଯାଉନାହାନ୍ତି। ଦୁଇଦିନ ତଳେ ଉକ୍ତ ହାତୀଟି ବ୍ରାହ୍ମଣୀ ନଦୀ ପାରହୋଇ ପରଜଙ୍ଗ ଅଞ୍ଚଳକୁ ପଳାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି।
ତାଳଚେର ଘଟଣା ପରେ ଦନ୍ତାର ହିଂସ୍ର ଆଚରଣରେ ଲଗାମ କଷିବାକୁ ଟ୍ରାଙ୍କୁଲାଇଜ କରି ଦାନ୍ତ କଟାଯାଇଥିଲା। ଏହା ସତ୍ତ୍ୱେ ହାତୀ ନିଜର ଆଚରଣ ବଦଳାଉନାହିଁ, ବରଂ ଅଧିକ ହିଂସ୍ର ଏବଂ ଆକ୍ରମଣାତ୍ମକ ହେବାରେ ଲାଗିଛି। ହାତୀ ଆକ୍ରମଣରେ କ୍ଷୟକ୍ଷତି ସୀମା ଟପିଥିବାବେଳେ ଉପଦ୍ରୁତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି, ଯାହା ଉଭୟ ପୋଲିସ ଏବଂ ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି। ଅନ୍ୟପଟେ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଛାଡିବା ପାଇଁ ଆଞ୍ଚଳିକ ବନ ବିଭାଗ ପକ୍ଷରୁ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବାରମ୍ବାର ଟ୍ରାଙ୍କୁଲାଇଜ କରିବା ଦ୍ୱାରା ହାତୀ ଜୀବନ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା ଥିବାରୁ ଏଥିରେ ଅସହମତି ପ୍ରକାଶ କରିଛନ୍ତି ବିଭାଗୀୟ ବିଶେଷଜ୍ଞ।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ସୁଦର୍ଶନ ପାତ୍ର କୁହନ୍ତି, ଦନ୍ତା ହାତୀ ପାଇଁ ଚିନ୍ତା ବଢ଼ିଛି। ଟ୍ରାଙ୍କୁଲାଇଜ କରିବାକୁ ରାଜ୍ୟ ବନ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ ଏହାକୁ ଉପରିସ୍ଥ ଅଧିକାରୀ ମନା କରିଦେଇଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷ ମଧ୍ୟ ଆଉ ହାତୀ ନେବେନାହିଁ ବୋଲି କହୁଛନ୍ତି। କପିଳାସ ରେସକ୍ୟୁ ସେଣ୍ଟରରେ ବଡ଼ ଦନ୍ତା ହାତୀକୁ ରଖିବା ଅସମ୍ଭବ। ପ୍ରତି ରେଞ୍ଜରେ ଗଜବନ୍ଧୁ ଯୋଜନାରେ ପାରିଶ୍ରମିକ ଦେଇ ହାତୀ ସମ୍ପର୍କରେ ଅଞ୍ଚଳବାସୀଙ୍କୁ ସତର୍କ କରାଇବାକୁ ଜଣେ ଜଣେ ଲୋକଙ୍କୁ ରଖିବା ପାଇଁ ୱାଇଲ୍ଡ ଲାଇଫ୍‌ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏ ସମ୍ପର୍କିତ କୌଣସି ନିର୍ଦ୍ଦେଶନାମା ଏ ଯାଏ ଆସିନାହିଁ। ଏପରି ସ୍ଥିତିରେ ଦନ୍ତାକୁ ଘଉଡ଼ାଇବା ଏକମାତ୍ର ବିକଳ୍ପ ରହିଛି। ବନ ବିଭାଗ କର୍ମଚାରୀ ଦନ୍ତା ଗତିବିଧି ଉପରେ ନଜର ରଖିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri