ବନବିଭାଗର ଚଢ଼ାଉ: ୬୦ ହଜାରରୁ ଊଦ୍ଧର୍‌ବ ମୂଲ୍ୟର ଶାଳ ଚୌକାଠ ଜବତ, ୨ ଫେରାର

ପାଟଣା,୨୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ତୁରୁମୁଙ୍ଗା କେନ୍ଦୁଝର ରାସ୍ତାର ଭାଲୁଘର ଗ୍ରାମରେ ବନବିଭାଗ ମଙ୍ଗଳବାର ସକାଳେ ଚଢ଼ାଉକରି ଚୋରା କାଠ ଚାଲାଣ କରୁଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଛି। ଏଥିରେ ପ୍ରାୟ ଏକ ଶହ ଖଣ୍ଡ ଶାଳ ଚୌକାଠକୁ ବନ ବିଭାଗ ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ୨ ବ୍ୟକ୍ତି ଫେରାର ହେବାରେ ସଫଳ ହୋଇଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୬୦ ହଜାରରୁ ଊଦ୍ଧର୍‌ବ ଟଙ୍କା ହେବ ବୋଲି ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ କହିଛନ୍ତି। ଏହି ଚଢ଼ାଉରେ ବନାଞ୍ଚଳ ଅଧିକାରୀ ପବିତ୍ର ମୋହନ ନାଏକ, ଖିରେଇଟାଙ୍ଗିରି ବନପାଳ ଅମୂଲ୍ୟ କୁମାର ସେନାପତି, ଫରେଷ୍ଟଗାର୍ଡ ଅକ୍ଷୟ କୁମାର ମହାନ୍ତ ଓ ପାରା ଷ୍ଟାଫ୍‌ ସାମିଲ ହୋଇଥିଲେ।