ବନ ବିଭାଗ ପକ୍ଷରୁ ଚଢ଼ାଉ: ବାର୍‌ହା ମାଂସ ଜବତ

ସୋର/ଔପଦା, ୧୩ା୧୨(ଡି.ଏନ.ଏ.): ସୋର ଥାନା ଅଧୀନ ଔପଦା ରେଞ୍ଜ ଖୁଣ୍ଟାପାଟଣା ବିଟ୍‌ ବାଘଆମ୍ପୁଡା ଜଙ୍ଗଲରେ ଶୁକ୍ରବାର ପୂର୍ବାହ୍ନରେ ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ବାର୍‌ହା ମାଂସ ସହ ଅସ୍ତ୍ର ଜବତ କରାଯାଇଛି। ହେଲେ ଶିକାରୀ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି।
ଏବେ ବନ୍ୟଜନ୍ତୁ ପାହାଡତଳି ଅଞ୍ଚଳକୁ ପାଚିଲା ଧାନ ଖାଇବାକୁ ଆସୁଥିବା ସୁଯୋଗରେ ସ୍ଥାନୀୟ ଶିକାରୀ ବନ୍ଧୁକ ଓ ଧନୁ ତୀରରେ ଶିକାର କରୁଛନ୍ତି। ଏହାକୁ ନଜରରେ ରଖି ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଉଛି। ଫରେଷ୍ଟ ଗାର୍ଡ ମଞ୍ଜୁଲତା ପ୍ରଧାନଙ୍କ ତତ୍ତ୍ୱାବଧାନରେ ସବୁଜ ବାହିନୀ ଚଢ଼ାଉ କରିଥିଲେ। ଚଢାଉ ବେଳେ ୧୫ କେଜି ବାର୍‌ହା ମାଂସ ଜବତ କରାଯାଇଛି। ବନ ବିଭାଗ ଓ ସବୁଜ ବାହିନୀ କର୍ମଚାରୀଙ୍କୁ ଦେଖି ଶିକାରୀ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ମାଂସ ସହ ଶିକାରରେ ବ୍ୟବହାର ହୋଇଥିବା ଧନୁତୀର ଜବତ କରାଯାଇଛି। ରେଞ୍ଜର ବବିତା ସରେନ୍‌, ରେଞ୍ଜର ସୁରମା ମଞ୍ଜରୀ ଦାସ ଏହି ଘଟଣାରେ ତଦନ୍ତ କରୁଛନ୍ତି।

Share