ବନ ବିଭାଗ ପକ୍ଷରୁ ଚଢ଼ାଉ : ଶାଳକାଠ ସହ ଗାଡ଼ି ଜବତ, ୨ ଗିରଫ

ମାଲକାନଗିରି,୨୧।୮(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ପଦ୍ମଗିରି ନିକଟରେ ବନ ବିଭାଗ ପକ୍ଷରୁ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଶାଳକାଠ ସହ ଏକ ପିକ୍‌ଅପ୍‌ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି। ଖଣ୍ଡୀୟ ବନାଧିକାରୀ ପ୍ରଦୀପ ଦେବଦାସ ମିରାସେଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ ବନ କର୍ମଚାରୀ ଓ ପାରା ଷ୍ଟାଫ୍‌ଙ୍କ ସହ ମଙ୍ଗଳବାର ରାତିରେ ପଦ୍ମଗିରି ଅଞ୍ଚଳରେ ପେଟ୍ରୋଲିଂ ସମୟରେ ଏକ ପିକ୍‌ଅପ୍‌ ଅଟକାଇ ଯାଞ୍ଚ କରିଥିଲେ ା ଏହି ସମୟରେ ସଂପୃକ୍ତ ଗାଡ଼ିରେ ୯୦ଟି ଶାଳ କାଠ ଥିବା ଜଣାପଡ଼ିବା ପରେ ସଂପୃକ୍ତ କାଠ ସହ ଗାଡ଼ିକୁ ଜବତ କରି ଏଥିରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲେ ା ଗିରଫମାନେ ହେଲେ କୋରୁକୋଣ୍ଡା ଗ୍ରାମର ରବି କବାସୀ(୨୩) ଓ ମାଲକାନଗିରି ବାଲିସାଗର ସାହିର ଶବର ସଗରିଆ(୩୮)। ଅଭିଯୁକ୍ତ ଦ୍ୱୟଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ା ଏଥିରେ ବନପାଳ ଦୀପଙ୍କର ଶିଉଳି, ଦିବାକର ଜେନା, ଜଗଦୀଶ କୁମାର ଦାସ, ବନରକ୍ଷୀ ଅର୍ଜୁନ ବଟେ, ଜ୍ୟୋତିର୍ମୟୀ ସରୁପାରାଣୀ, ହୃଷୀକେଶ ପାଣିଗ୍ରାହୀ ଓ ପାରାଷ୍ଟାଫ୍‌ ଏହି ଚଢ଼ାଉରେ ସାମିଲ ଥିଲେ।