Categories: ବାଣିଜ୍ୟ

ବଫରଷ୍ଟକ ଲାଗି ୨୫ ହଜାର ଟନ୍‌ ପିଆଜ ସଂଗ୍ରହ

ନୂଆଦିଲ୍ଲୀ,୧୫।୬: ବିଭିନ୍ନ କୃଷକ ଉତ୍ପାଦକ ଅନୁଷ୍ଠାନ ଏବଂ କୃଷି ସମବାୟ ସମିତିଗୁଡିକଠାରୁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ ପ୍ରାୟ ୨୫ ହଜାର ଟନ୍‌ର ପିଆଜ ସଂଗ୍ରହ କରିଛି। ସରକାରଙ୍କ ଲାଗି ବଫରଷ୍ଟକ ଉଦ୍ଦେଶ୍ୟରେ ଏଭଳି କ୍ରୟ କରାଯାଇଥିବା ଜଣାପଡଛି। ଗତ ବର୍ଷ ନାଫେଡ ୫୭ ହଜାର ଟନ୍‌ ପିଆଜ କ୍ରୟ କରିଥିଲା। ଚଳିତ ବର୍ଷ ପ୍ରମୁଖ ଉତ୍ପାଦନକାରୀ ରାଜ୍ୟଗୁଡିକଠାରୁ ଚଳିତ ବର୍ଷ ୧ ଲକ୍ଷ ଟନ୍‌ ପିଆଜ ସଂଗ୍ରହ ନେଇ ଯୋଜନା ରଖାଯାଇଥିବା ନାଫେଡ ପକ୍ଷରୁ ସୂଚନା ରହିଛି। ଘରୋଇ ବଜାରରେ ଦରଦାମକୁ ନିୟନ୍ତ୍ରଣ କରିବା ଏବଂ ୧ ଲକ୍ଷ ଟନ୍‌ର ଏକ ଷ୍ଟକ ରଖିବାକୁ ସରକାର ଯୋଜନା ରଖିଛନ୍ତି। ଏଗୁଡିକ ପିଆଜ ଅଭାବ ଦେଖାଯାଉଥିବା ମାସରେ ବଜାରକୁ ଛଡାଯିବ ବୋଲି ଏହା ସୂଚନା ଦେଇଛି।

Share