ବଫର ଜୋନ୍‌କୁ ପଠାଯାଇଥିବା ରୋଗୀ ନିଖୋଜ

ବେଦବ୍ୟାସ,୨୨ା୫(ଡି.ଏନ.ଏ.)
ସୁନ୍ଦରଗଡ଼ ଜିଲା ରାଉରକେଲାରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି ା ଜିଲା ପ୍ରଶାସନର ହେପାଜତରେ ଥିବା କ୍ୱାରାଣ୍ଟାଇନ ସେଣ୍ଟରରୁ ଜଣେ ରୋଗୀଙ୍କୁ ବିଭାଗୀୟ ଅଧିକାରୀମାନେ ବଫର ଜୋନ୍‌କୁ ଏକ ୧୦୮ ଆମ୍ବୁଲାନ୍ସରେ ପଠାଇଥିଲେ ା ହେଲେ ଯାଞ୍ଚ ବେଳେ ସମ୍ପୃକ୍ତ ରୋଗୀ ବଫର ଜୋନ୍‌ରେ ପହଞ୍ଚତ୍ ନ ଥିବା ଜଣାପଡିଥିଲା ା ଏହାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଚିନ୍ତା ବଢ଼ିଛି ା ସେମାନେ ସମ୍ପୃକ୍ତ ରୋଗୀଙ୍କୁ ଠାବ କରିବା ପାଇଁ ଅନ୍ଧାରରେ ବାଡ଼ି ବୁଲାଉଥିବା ଅଭିଯୋଗ ହୋଇଛି ା
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ରାଉରକେଲା ମହାତାବରୋଡ୍‌ର ଜଣେ ରୋଗୀଙ୍କୁ ସ୍ଥାନୀୟ କ୍ୱାରାଣ୍ଟାଇନ ସେଣ୍ଟରରୁ ବଫର ଜୋନ୍‌କୁ ପଠାଇବା ପାଇଁ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଓ ଆରଡିଏର ଓଏସ୍‌ଡି ଅଧିକାରୀ ଏକ ନମ୍ବରବିହୀନ ୧୦୮ ଆମ୍ବୁଲାନ୍ସ ଚାଳକଙ୍କୁ କହିଥିଲେ ା ଚାଳକ ସମ୍ପୃକ୍ତ ରେଗୀଙ୍କୁ ଆମ୍ବୁଲାନ୍ସରେ ଆଣିଥିଲେ ା ଏହାର କିଛି ସମୟ ପରେ ରୋଗୀ ଜଣକ ବଫର ଜୋନ୍‌ରେ ପହଞ୍ଚତ୍ ନ ଥିବା ଜଣାପଡିଥିଲା ା ଏହାପରେ ଦାୟିତ୍ୱରେ ଥିବା ଅଧିକାରୀଦ୍ୱୟ ସ୍ଥାନୀୟ ଅଞ୍ଚଳରେ ଥିବା ଥାନାକୁ ଏ ସଂକ୍ରାନ୍ତରେ ଜଣାଇବା ପରେ ପୋଲିସ ସେହି ରାସ୍ତାରେ ଯାଉଥିବା ସମସ୍ତ ଆମ୍ବୁଲାନ୍ସ ଯାଞ୍ଚ ଆରମ୍ଭ କରିଥିଲା ା ଏହି ରିପୋର୍ଟ ପ୍ରସ୍ତୁତ ପର୍ଯ୍ୟନ୍ତ ସେହି ରୋଗୀଙ୍କ ପତ୍ତା ମିଳିନି ା
ଏ ସଂକ୍ରାନ୍ତରେ ଅତିରିକ୍ତ ତହସିଲଦାର ଅଭିଜିତ୍‌ ମହାନ୍ତୋଙ୍କୁ ପଚାରିବାରୁ ସେ କହିଛନ୍ତି, ଆମ୍ବୁଲାନ୍ସ ଚାଳକଙ୍କ ଦାୟିତ୍ୱହୀନତା କାରଣରୁ ଏପରି ଘଟଣା ଘଟିଛି ା ଆମେ ଆରଜିଏଚ୍‌ ଓପିଡି ରେଜିଷ୍ଟ୍ରର ଯାଞ୍ଚ କରିଛୁ ା ସେହି ବୃଦ୍ଧଙ୍କ ନାମ ରହିଛି, ହେଲେ ତାଙ୍କ ପତ୍ତା ମିଳିନି ା ସମ୍ପୃକ୍ତ ବୃଦ୍ଧଙ୍କୁ ଖୋଜିବା ପାଇଁ ଆମେ ଅନ୍ୟ ଡାକ୍ତରଖାନା ଯାଞ୍ଚ ଚଳାଇଛୁ ା

 

Share