Categories: ଜାତୀୟ

ବମ୍ବେ ଆଇଆଇଟି ଶ୍ରେଣୀ କକ୍ଷରେ ପାଠପଢ଼ା ସମୟରେ ପଶିଲା ବୁଲା ଗାଈ: ସୋସିଆଲ ମିଡ଼ିଆରେ ଭାଇରାଲ

ମୁମ୍ବାଇ,୨୯।୭: ବମ୍ବେ ଆଇଆଇଟିର ଶ୍ରେଣୀ କକ୍ଷରେ ପାଠପଢ଼ା ଚାଲିଥିବା ସମୟରେ ଏକ ବୁଲା ଗାଈ ହଠାତ୍‌ ପଶିଥିବା ଘଟଣା ଏବେ ସୋସିଆଲ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ଆଇଆଇଟି କର୍ତ୍ତୃପକ୍ଷଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଚିହ୍ନ ଉଠିଛି। ଗାଈଟି ପ୍ରଫେସର ଏବଂ ଛାତ୍ରୀଛାତ୍ରଙ୍କ ମଧ୍ୟ ଦେଇ ଆରାମରେ ଚାଲି ଯାଇଥିବା ଦୃଶ୍ୟ ଭିଡ଼ିଓରେ ରହିଛି। ଆଇଆଇଟି କ୍ୟାମ୍ପସ୍‌ରେ ବୁଲା ଗୋରୁ ଅବାଧରେ ବିଚରଣ କରୁଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ. ଦୁଇ ସପ୍ତାହ ତଳେ ୨ ବୁଲା ଷଣ୍ଢ ଆକ୍ରମଣରେ ଜଣେ ଛାତ୍ର ଆହତ ହେବା ପରେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିବା କୁହାଯାଉଛି।

Share