Categories: ବାଣିଜ୍ୟ

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ;ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ଯାଞ୍ଚ କରିବେ ବିଶେଷଜ୍ଞ ଦଳ

ମୁମ୍ବାଇ,୨୫-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ପରୀକ୍ଷା ପାଇଁ ବମ୍ବେ ହାଇକୋର୍ଟ ସୋମବାର ଏକ ବିଶେଷଜ୍ଞ ଦଳ ଗଠନ କରିଛନ୍ତି। ଚୋକ୍‌ସିଙ୍କ ସ୍ବାସ୍ଥ୍ୟାବସ୍ଥାର ରିପୋର୍ଟ ଯାଞ୍ଚ କରିବା ପରେ ସେ ଆଣ୍ଟିଗୁଆରୁ ବିମାନରେ ଯାତ୍ରା କରିବାକୁ ସକ୍ଷମ କି ନା ଏହି ଦଳ ଜୁଲାଇ ୯ରେ ତାଙ୍କର ରିପୋର୍ଟ ହାଇକୋର୍ଟରେ ଦାଖଲ କରିବେ। ଜୁଲାଇ ୧୦ରେ ପରବର୍ତ୍ତୀ ଶୁଣାଣି ପାଇଁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛି। ଫେରାର ହୀରା ବ୍ୟବସାୟୀ ତାଙ୍କ ସ୍ବାସ୍ଥ୍ୟାବସ୍ଥାର ଦ୍ୱାହି ଦେଇ ଭାରତ ଆସିବାକୁ ମନା କରିଦେଇଛନ୍ତି। ନିକଟ ଅତୀତରେ ସେ ଅଦାଲତରେ ସତ୍ୟପାଠ ଦାଖଲ କରିଥିଲେ। ସେ ଦେଶରୁ ପଳାଇ ନାହାନ୍ତି, ବରଂ ନିଜର ଚିକିତ୍ସା ପାଇଁ ବିଦେଶ ଯାଇଛନ୍ତି ଏବଂ ବର୍ତ୍ତମାନ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି ବୋଲି ଚୋକ୍‌ସି ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ ସେ ବିମାନଯାତ୍ରା କରିବାକୁ ଅସମର୍ଥ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Share